ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ ଶନାୟା

ଉତ୍ସାହିତ ଏଥିପାଇଁ ଯେ ପିଲାଦିନର ସ୍ୱପ୍ନ ମୋର ଖୁବଶୀଘ୍ର ସତ ହେବାକୁ ଯାଉଛି….

ମୁମ୍ୱାଇ : ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । ଏଥିରେ ତାଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି ଗୁରଫତେ ପୀର ଜାଦା ଓ ଲକ୍ଷ୍ୟ ଲାଲୱାନି । ଆସନ୍ତା ବର୍ଷ କ୍ୟାରିଅରର ପ୍ରଥମ ଫିଲ୍ମ ‘ବେଧଡକ’ର ସୁଟିଂ ଆରମ୍ଭ କରିବେ ଶନାୟା । ଏ ନେଇ ଏକ ସାକ୍ଷାତକାରରେ ସେ କହିଛନ୍ତି । ଶନାୟା କହିଛନ୍ତି, ମୁଁ ଯେତିକି ନର୍ଭସ, ସେତିକି ଉତ୍ସାହିତ । ଉତ୍ସାହିତ ଏଥିପାଇଁ ଯେ ପିଲାଦିନର ସ୍ୱପ୍ନ ମୋର ଖୁବଶୀଘ୍ର ସତ ହେବାକୁ ଯାଉଛି । ମୋଟାମୋଟି କହିବାକୁ ଗଲେ ମୋ ଭିତରେ ସମସ୍ତ ପ୍ରକାର ଭାବନାର ସମନ୍ୱୟ ହୋଇଛି । ନାୟା ନିଜ ପ୍ରଦର୍ଶନ ଜରିଆରେ ଦର୍ଶକଙ୍କୁ ହୃଦୟଙ୍ଗମ କରାଇବାକୁ ଚାହୁଁଛନ୍ତି ଯେ ଏହି ସୁଯୋଗ ପାଇଁ ସେ ବାସ୍ତବରେ ଯୋଗ୍ୟ ।