ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ

ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା……

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ । ଏହି ଭୂକମ୍ପ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ କାମ୍ପବେଲ ବେର ଦକ୍ଷିଣ ଦକ୍ଷିଣପୂର୍ବରୁ ୪୩୧ କିଲୋମିଟର ଦୂରରେ ଅନୁଭୂତ ହୋଇଛି ।

ଏହି ଶକ୍ତିଶାଳୀ ଭୂକମ୍ପରେ ଲୋକମାନେ ଭୟଭୀତ ହୋଇଯାଇଥିବା ସୂଚନା ରହିଛି । ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଛି ।