ବହୁପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର ଟ୍ରେଲର ରିଲିଜ୍

ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ବଲିଉଡର କ୍ୟୁଟ୍ କପଲ….

ମୁମ୍ବାଇ: ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ବଲିଉଡର କ୍ୟୁଟ୍ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅନସ୍କ୍ରିନ୍ ରୋମାନ୍ସ । ବହୁପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ରରେ ଉଭୟ ନଜର ଆସିବେ ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ଯାହାର ସୁଟିଂ ମଧ୍ୟ ଜୋରସୋରରେ ଚାଲିଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି । ଯାହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି ଦର୍ଶକ । ତେବେ “ବ୍ରହ୍ମାସ୍ତ୍ର-ପାର୍ଟ ୱାନ୍ ଶିବା”ର ଟ୍ରେଲର ଆଜି ରିଲିଜ୍ ହୋଇଯାଇଛି । ଯେଉଁଥିରେ ଏହି ଅଫ୍ ସ୍କ୍ରିନ୍ କପଲଙ୍କ ଅନସ୍କ୍ରିନ୍ ରୋମାନ୍ସ ଦର୍ଶକ ଦେଖିବାକୁ ମିଳିଛି ।

ଟ୍ରେଲରରେ ରଣବୀର ଓ ଆଲିଆ ଏକ ଖରାପ ଶକ୍ତିର ସାମ୍ନା କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ରଣବୀର-ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ତେଲୁଗୁ ଷ୍ଟାର ନାଗାର୍ଜୁନ ଏବଂ ମୌନୀ ରୟଙ୍କ ମଧ୍ୟ ଦେଖିବାକୁ ମିଳିଛି । ଟ୍ରେଲରକୁ ଆଲିଆ ନିଜ ସୋସିଆଲ ପେଜ୍ରେ ମଧ୍ୟ ସେୟାର କରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।