ରାହୁଲ ଗାନ୍ଧୀଙ୍କୁ ଇଡିର ଡାକରା ରାଜନୈତିକ ଆକ୍ରୋଶର କାରଣ-କଂଗ୍ରେସ

ଭାରତ ବର୍ଷର ସ୍ୱାଧୀନ ସଂସ୍ଥା ମାନଙ୍କୁ ବିଜେପି ନିଜ ଦଳୀୟ କାର୍ଯ୍ୟରେ ଲଗାଇବା ବହୁ ମହଙ୍ଗା ପଡ଼ିବ

ରାଜନୈତିକ ଉଦ୍ଦେଶ୍ୟକୁ ଚରିତାଥ କରିବାପାଇଁ ଭାରତ ବର୍ଷର ସ୍ୱାଧୀନ ସଂସ୍ଥା ଇଡିକୁ…

ଭୁବନେଶ୍ୱର : ପ୍ରବର୍ତନ ନିର୍ଦ୍ଦେଶାଳୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ନେସନାଲ ହେରାଲର୍ଡ ଖବରକାଗଜକୁ ନେଇ ଯେଉଁ ମନିଲେଣ୍ଡରିଂର କେସ କରାଯାଇଛି ତାହା ସଂପୂର୍ଣ୍ଣଭାବେ ଅମୁଳକ ଏବଂ ଏଥିରେ ତିଳେମାତ୍ର ସତ୍ୟତା ନଥାଇ ଏହି ଘଟଣାକୁ ଭାରତୀୟ ଜନତାପାର୍ଟି ବିଶେଷ ଭାବରେ ସ୍ୱୟଂ ପ୍ରଧାନ ମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ନିଜର ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାଥ କରିବାପାଇଁ ଭାରତ ବର୍ଷର ସ୍ୱାଧୀନ ସଂସ୍ଥା ଇଡିକୁ ଯେଉଁଭଳି ଭାବରେ ବ୍ୟବହାର କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଘୃଣ୍ୟ । ୨୦୧୪ ମସିହା ପାଖରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ଘନିଷ୍ଠ ସହଯୋଗି ଅମିତ ଶାହା ଗାନ୍ଧୀ ପରିବାର ବିରୁଦ୍ଧରେ ବହୁ ମିଛ ଓ ଅସତ୍ୟ କେସ କରିବାପାଇଁ ଇଡି, ସିବିଆଇ, ଆୟକର ବିଭାଗ ଇତ୍ୟାଦି ଉପରେ ବହୁ ରାଜନୈତିକ ଚାପ ସୃଷ୍ଟି କରୁଛନ୍ତି । ଗଣତନ୍ତ୍ରରେ ଏଭଳି ହୀନମନ୍ୟତା ଓ ଉଦ୍ଦେଶ୍ୟ ପ୍ରଣୋଦିତ ରାଜନୀତି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ପରିପନ୍ଥି ।

ଆଜି ରାହୁଲ ଗାନ୍ଧିଙ୍କୁ ଇଡିର ଡାକରାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ଇଡି କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରା, ସଭା ଓ ଘେରାଉ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ କମିଟିର ଟ୍ରେନିଂ ଇନଚାର୍ଜ ତଥା ଏଆଇସିସି ସଭ୍ୟ ଶ୍ରୀ ଶୁଭେନ୍ଦୁ ମହାନ୍ତି ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ । ଉପସ୍ଥିତ କଂଗ୍ରେସ ନେତୃବର୍ଗ ଓ କଂଗ୍ରେସ କର୍ମୀମାନଙ୍କୁ ଇଡି ଅଫିସ ଆଗରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ଯେଉଁ ଗାନ୍ଧୀ ପରିବାର ଭାରତବର୍ଷକୁ ଶକ୍ତିଶାଳି କରିବାପାଇଁ ସବୁକିଛି ବଳିଦାନ ଓ ତ୍ୟାଗ କରିଛନ୍ତି, ଯେଉଁମାନେ ଭାରତବର୍ଷକୁ ସ୍ୱାଧୀନ କରିବାପାଇଁ ସାରା ଜୀବନ ବିଦେଶୀ ଶତୃଙ୍କ ବିରୋଧରେ ଲଢ଼ିଛନ୍ତି ଏବଂ ଭାରତବର୍ଷରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେ ଭାରତ ବର୍ଷକୁ ଗଠନ କରିବାରେ ମୁଖ୍ୟ ଭୂମିକା ନେଇଥିବା ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଅନ୍ୟତମ ।

ଯେଉଁ ନେସନାଲହେରାଲ୍ଡ ଖବରକାଗଜର ମନିଲଣ୍ଡରିଂ କଥା କୁହାଯାଉଛି ତାହା ସଂପୂର୍ଣ୍ଣ ଭିତିହିନ କାରଣ ଏଥିରେ କୌଣସି ଅର୍ଥର କାରବାର ହୋଇନାହିଁ କିମ୍ବା ଏହି ଅର୍ଥ କାରବାର ଯୋଗୁଁ ଗାନ୍ଧୀ ପରିବାରର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏଥିରୁ ଉପକୃତ ହୋଇନାହାନ୍ତି ବା ଅଧିକ ଅର୍ଥ ଉପାର୍ଜନ କରିନାହାନ୍ତି । ତେଣୁ ଯେଉଁ ଘଟଣାରେ ମନିଲଣ୍ଡରିଂ ହୋଇନାହିଁ ସେଭଳି ଏକ ମିଛ କେସ ଇଡି କିପରି କଲା, କାହିଁକି କଲା ଓ କାହା ଉଦ୍ଦେଶ୍ୟ ସାଧନ କରିବାପାଇଁ କଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରି କହିଛନ୍ତି ଯଦି ଏଭଳି ଘଟଣା ଆଗକୁ ଦେଖାଦିଏ ତେବେ ଆଗକୁ କଂଗ୍ରେସ ଜୋରଦାର ପ୍ରତିବାଦ ଜାରି ରଖିବ। ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଲେ ଯେ ଗାନ୍ଧୀ ପରିବାରର ବଳିଦାନରେ ଆଜି ଏ ଦେଶ ଶଶକ୍ତ । ଏହା ପୂର୍ବରୁ ରାଜୀବ ଗାନ୍ଧୀଙ୍କ ନାମରେ ବୋଫର୍ସ କେସ କରାଯାଇଥିଲା ଆଜି ପର୍ଯ୍ୟନ୍ତ ତାହା ପ୍ରମାଣ ହୋଇପାରିଲା ନାହିଁ । ଗାନ୍ଧୀ ପରିବାର ମୋଦିଙ୍କର ଏଭଳି ମିଛି କେସରେ ଡରିବାର ନାହିଁ ।

ଏହି ପ୍ରତିବାଦ ସଭାରେ କଂଗ୍ରେସ ଦଳର ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଦାସରଥି ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଯୁଧିଷ୍ଠୀର ଜେନା, ସୁରେଶ କୁମାର ମହାପାତ୍ର, ଶିବାନନ୍ଦ ରାୟ, ଅନନ୍ତ ସେଠୀ, ନକୁଳ ନାୟକ, ନବଜ୍ୟୋତି ପଟ୍ଟନାୟକ, ଲୋକନାଥ ମହାରଥି, ୟାସିର ନୱାଜ, ସ୍ମୃତି ରଞ୍ଜନ ଲେଙ୍କା, ବିଶ୍ୱ ରଞ୍ଜନ ମହାନ୍ତି, ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥି, ଅଭିଷେକ ମହାନନ୍ଦ, ନିଶିକାନ୍ତ ମିଶ୍ର, ଅଶୋକ ଦାସ, ନିରଞ୍ଜନ ନାୟକ, ପଦ୍ମାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ଦୀପକ କୁମାର ମହାପାତ୍ର, ସୁବ୍ରତ ମହାପାତ୍ର, କୈଳାସ ସାହୁ, ସନ୍ତୋଷ ନନ୍ଦ, ରାଜକିଶୋର ବାରିକ, ମନୋଜ କୁମାର ରାଉତ, ରଶ୍ମି ମହାପାତ୍ର, ମଧୁସ୍ମିତା ଅଚାର୍ଯ୍ୟ, ଗିତାଞ୍ଜଳି ମହାନ୍ତି, କିଶାନ ପଣ୍ଡା, ଜୟନ୍ତ ମହାନ୍ତି, ବାଙ୍କନିଧି ବେହେରା, ଦୀପକ କୁମାର ସାହୁ, ଆଲୋକ ମହାନ୍ତି, ବୁନା ମହାନ୍ତି, ମାନସ ଆଚାର୍ଯ୍ୟ, ସତ୍ୟବ୍ରତ ନାୟକ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଜାନକୀ ବଲ୍ଲଭ ପଟ୍ଟନାୟକ, ଚୈତାଳି ପଟ୍ଟନାୟକ, ଶ୍ରୀଧର ବଳିଆର ସିଂ, ଅନୁୱର ଖାନ, ମିନତି ସାହୁ, ଜୟଶ୍ରୀ ନନ୍ଦ, ଲିସ୍ପା ମହାନ୍ତି, ପୁସ୍ପିତା ଦାସ, ସ୍ୱାଧୀନବାଳା ଦାସ, ଶୁଭ୍ରଜ୍ୟୋତି ଲେଙ୍କା, ପ୍ରକାଶ ମିଶ୍ର, ପ୍ରଦୀପ୍ତ ମହାପାତ୍ର, ସଂକୁନା କହଁର, ନରେଶ ମହାନ୍ତି ପ୍ରମୁଖ ବହୁ ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀଙ୍କ ସମେତ ସସସ୍ତ ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।