୧୨ବର୍ଷ ପରେ ପୁଣି ଏକାଠି ସ୍କ୍ରିନ୍ ଶେଆର କରିବେ ସଞ୍ଜୟ ଓ ସୁନୀଲ

ମୁମ୍ବାଇ: ୧୨ ବର୍ଷ ପରେ ପୁଣି ଏକାଠି ସ୍କ୍ରିନ୍ ଶେଆର କରିବେ ସଞ୍ଜୟ ଓ ସୁନୀଲ। ଶେଷଥର ପାଇଁ ୨୦୧୦ରେ ଫିଲ୍ମ ‘ନୋ ପ୍ରୋବ୍ଲେମ୍’ରେ ଦୁହେଁ ଏକାଠି ଅଭିନୟ କରିଥିଲେ। ହେଲେ ସଞ୍ଜୟ ଓ ସୁନୀଲଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ଏହି ଦୁଇ ଅଭିନେତାଙ୍କୁ ସେମାନେ ପୁଣି ଥରେ ଗୋଟିଏ ଫିଲ୍ମରେ ଦେଖିପାରିବେ। ନିର୍ଦ୍ଦେଶକ ସମୀର କାର୍ନିକ ଏକ ନୂଆ ଫିଲ୍ମ କରୁଛନ୍ତି। ଫିଲ୍ମର ନାଁ ସ୍ଥିର ହୋଇ ନାହିଁ। ଏଥିରେ ସେ ଉଭୟ ସଞ୍ଜୟ ଓ ସୁନୀଲଙ୍କୁ ନେବେ। ସମୀର ‘ୟମଲା ପଗ୍ଲା ଦିୱାନ’ ଫିଲ୍ମ ତିଆରି କରିଥିଲେ।

ସୁନୀଲ କହିଛନ୍ତି, ବାବା (ସଞ୍ଜୟ ଦତ୍ତ) ଓ ମୁଁ ପୁଣି ଥରେ ଏକ ଫିଲ୍ମରେ କାମ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ଅଛି। ଆମେ ବହୁ ବର୍ଷ ପରେ ପୁଣି ଏକାଠି କାମ କରିବାର ସୁଯୋଗ ପାଇଛୁ। ଆମ ଦୁହିଁଙ୍କ ମଧ୍ୟରେ ବେଶ୍ ଭଲ ତାଳମେଳ ରହେ। ଫିଲ୍ମର କାହାଣୀ ଖୁବ୍ ଭଲ ବୋଲି କହିଛନ୍ତି ସୁନୀଲ। ଏହାସହିତ ଫିଲ୍ମଟି କମେଡିରେ ପରିପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।