ଥମୁନି ଝାଡାବାନ୍ତି ଆତଙ୍କ : ୪୦ ଟପିଲାଣି ଆକ୍ରାନ୍ତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ କୁହାକୁଣ୍ଡାରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗାଁରେ ଡାକ୍ତରୀ ଟିମ୍ ଓ ଚିକିତ୍ସା ସତ୍ତ୍ବେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ପାର କରିସାରିଲାଣି । ଏଥିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୨ ଜଣଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ୨୨ ଜଣ ଲଖନପୁର ସିଏଚସିରେ ଭର୍ତ୍ତି ହୋଇଛନ୍ତି । ଗାଁରେ ୪ ଦିନ ତଳେ ହୋଇଥିବା ଏକ ଭୋଜି ଯୋଗୁଁ ଖାଦ୍ୟରେ ବିଷକ୍ରିୟା ଆଶଙ୍କା କରିଛନ୍ତି ସିଡିଏମଓ । ଗାଁର ଜଳସ୍ରୋତର ପରୀକ୍ଷା ପାଇଁ ପଠାଯାଇଛି ।