ସୋସିଆଲ ମିଡିଆରେ ଭାଇରାଲ ସୈଫଙ୍କ ରୋଷେଇ

ବେବୋଙ୍କ ପାଇଁ ଖାଦ୍ୟ ତିଆରି କଲେ ସୈଫ…

ମୁମ୍ବାଇ: ବଲିଉଡର ବେବୋ ଓରଫ କରୀନାଙ୍କ ପାଇଁ ସ୍ୱାମୀ ସୈଫ ଅଲ୍ଲି ଖାନ ସବୁ କିଛି କରିପାରନ୍ତି । ନିକଟରେ ସାମ୍ନାକୁ ଆସିଥିବା ଏକ ଫଟୋରୁ ଏହା ପ୍ରମାଣିତ ହୋଇଛି ।

କରୀନା ପାଇଁ ସୈଫ ସାଜିଲେ ରୋଷେୟା । ହାତରେ ଡଙ୍କି ଧରି କରୀନାଙ୍କ ପାଇଁ ରୋଷେଇ କଲେ ଖାଦ୍ୟ । ସୈଫଙ୍କ ଏହି ରୋଷେଇ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୋଟିଏ ପଟେ କରୀନା ତାଙ୍କ ପୁଅ ଜେହ ସହ ଚିଲ କରୁଥିବାବେଳେ ଅନ୍ୟପଟେ ସୈଫ ରୋଷେଇ କୌଶଳ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ଷ୍ଟାର ଦମ୍ପତି ଇଂଲଣ୍ଡରେ ବିତାଉଛନ୍ତି ।