ମଣିଷର ମୃତ୍ୟୁ ପରେ ତାର ଶରୀର ଭାସିବାକୁ ଲାଗେ କାହିଁକି?

ସାଧାରଣତଃ କୌଣସି ବସ୍ତୁ ପାଣିରେ ଭାସିବା ଏହାର ଘନତ୍ୱ ଉପରେ ନିର୍ଭର କରେ । ଯେଉଁ ବସ୍ତୁତ ଘନତ୍ୱ ଅଧିକ ହୋଇଥାଏ ତାହା ବୁଡ଼ିଯାଏ । କୌଣସି ମଣିଷ ଜୀବିତ ଅବସ୍ଥାରେ ବୁଡ଼ିବା ସମୟରେ ତାର ଶରୀରର ଘନତ୍ୱ ଅଧିକ ରହିଥାଏ ।
ଏଠାରେ ପ୍ରଶ୍ନ ଉଠୁଛି ଯେ, ମଣିଷର ମୃତ୍ୟୁ ପରେ ତାର ଶରୀର ଭାସିବାକୁ ଲାଗେ କାହିଁକି? ଯେତେବେଳେ ଫୁସଫୁସ୍ ରେ ପାଣି ଭରିଯାଏ ସେହି ସମୟରେ ମଣିଷ ମରିଯାଏ । ଆଉ ଶରୀରଟି ପାଣିର ଏକଦମ୍ ଉପରକୁ ଆସି ଭାସିବାକୁ ଲାଗେ ।

ବୈଜ୍ଞାନିକ ଆର୍କମେଡିସ୍ ଙ୍କ କହିବା ଅନୁସାରେ, ଗୋଟିଏ ବସ୍ତୁ ପାଣିରେ ସେତେବେଳେ ବୁଡ଼ିଯାଏ ଯେତେବେଳେ ନିଜର ଭାର ତୁଳନାରେ ପାଣିକୁ ହଟାଇପାରେ ନାହିଁ । ଆଉ ଯଦି ଭାର କମ୍ ହୋଇଥାଏ ତାହା ଭାସିବାକୁ ଲାଗେ ।

ଯେତେବେଳେ କୌଣସି ମଣିଷ ମରିଯାଏ ତେବେ ତାର ଶରୀର ଭିତରେ ଗ୍ୟାସ ବାହାରିବା ଆରମ୍ଭ ହୁଏ । ଯଦ୍ୱାରା ଶରୀର ଫୁଲିବାକୁ ଲାଗେ । ଆଉ ଫୁଲିବା ଫଳରେ ଶରୀରର ଆୟତନ ବି ବଢ଼ିବାକୁ ଲାଗେ । ଯାହା ଫଳରେ ଶରୀରର ଘନତ୍ୱ କମିଯାଏ । ଆଉ ମୃତ ଶରୀରଟି ପାଣିରେ ଭାସିବାକୁ ଲାଗେ ।

ଯେତେବେଳେ ବ୍ୟକ୍ତି ମରିଯାଏ, ଶରୀରର ପ୍ରତିରକ୍ଷା ପ୍ରଣାଳୀ କାମ କରିବା ବନ୍ଦ କରିଦିଏ । ଶରୀର ଡିକମ୍ପୋଜ୍ ହେବାକୁ ଲାଗେ । ମୃତ ଶରୀରରେ ଥିବା ବ୍ୟାକ୍ଟେରିୟା ଏହାର କୋଷ ଏବଂ ଟିସୁ ନଷ୍ଟ ହେବା ଆରମ୍ଭ ହୁଏ । ବ୍ୟାକ୍ଟେରିୟା କାରଣରୁ ଶରୀର ଭିତରେ ଥିବା ବିଭିନ୍ନ ଗ୍ୟାସ ଯଥା ମିଥେନ, ଆମୋନିଆ, କାର୍ବନ ଡାଇଅକ୍ସାଇଡ୍, ହାଇଡ୍ରୋଜେନ ଇତ୍ୟାଦି ବାହାରିବା ଆରମ୍ଭ ହୁଏ । ତା’ପରେ ଏହା ପହଁରିବା ଆରମ୍ଭ କରେ ।