ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ସରିଲା

ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ସମୁଦାୟ ୮ ଟି କାର୍ଯ୍ୟ ଦିବସ ରହିଥିଲା । ଏପରିକି ୫ଟି କର୍ଯ୍ୟ ଦିବସରେ ପ୍ରଶ୍ନ କାଳ ମଧ୍ୟ ସୁରୁଖୁରୁରେ ହୋଇପାରି ନଥିଲା । ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ଯୋଗୁ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା।
ଏହାରି ଭିତରେ ରାଜ୍ୟରେ ମରୁଡ଼ି ପରିସ୍ଥିତି, ଓଡ଼ିଶା ଷ୍ଟାଫ ସିଲେକ୍ସନରେ ଦୁର୍ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସମ୍ପର୍କରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲେଚନା ହୋଇଥିଲା।
ସେହିପରି ଶାସକ ଦଳ ପକ୍ଷରୁ ଆଗତ ରାଜ୍ୟର ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ଏତଦବ୍ୟତୀତ ପୌର, ପଞ୍ଚାୟତ ସଂଶୋଧନ ବିଲ୍, ଓଡ଼ିଶା ବିଶ୍ୱବିଦ୍ୟାଳୟ, ବସ୍ତି ବାସିନ୍ଦା ଭୂମି ଅଧିକାର ସଂଶୋଧନ ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବା କର ବିଲ୍, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍, ଓଡ଼ିଶା ହାଉସିଂ ବୋର୍ଡ ବିଲ୍, ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍ ଭଳି ୧୩ଟି ସରକାରୀ ବିଲ ଆଗତ ବିଚାର ଓ ପାରିତ ହୋଇଛି।
ଶେଷ ହୋଇଥିବା କାର୍ଯ୍ୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି । ବିନା ବିରୋଧୀ ଦଳର ଉପସ୍ଥିତିରେ ଅଧିବେଶନ ଶେଷ ହୋଇଛି।