ଚିନ୍ତା ବଢ଼ାଉଛି ଏମଆଇ ସିଣ୍ଡ୍ରୋମ

କରୋନା କାଳରେ ଚିନ୍ତା ବଢ଼ାଉଛି ପିଲାଙ୍କ ଏମଆଇ ସିଣ୍ଡ୍ରୋମ । ପିଲାଙ୍କୁ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୋଭିଡ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବଢ଼ୁଛି । ‘୦’ରୁ ୧୦ ବର୍ଷ ପିଲାଙ୍କ ଭିତରେ ଏମଆଇ ସିଣ୍ଡ୍ରୋମ ସମ୍ଭାବନା ବଢ଼ିଯାଉଛି । କୋଭିଡ ସଂକ୍ରମଣର ମାସେ ପରେ ପିଲାଙ୍କ ଭିତରେ ଏହା ବଢ଼ିଯାଉଛି । ୨ୟ ଲହରରେ ବହୁତ ପିଲା ଏମଆଇ ସିଣ୍ଡ୍ରୋମରେ ହସ୍ପିଟାଲ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବା ପରେ ପିଲାଙ୍କର ମୁଣ୍ଡବିନ୍ଧା, ଝାଡ଼ାବାନ୍ତି ଭଳି ଲକ୍ଷଣ ରହୁଛି । ପ୍ରଥମ ଲହରରେ ଚିହ୍ନଟ ହୋଇନଥିଲେ, କିନ୍ତୁ ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ସମସ୍ୟା । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ନିରଞ୍ଜନ କହିଛନ୍ତି ।ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ । ଏବେ ଏହାର ଚିକିତ୍ସା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ଉପଲବ୍ଧ ଅଛି । ଖୁବଶୀଘ୍ର ସବୁ ହସ୍ପିଟାଲରେ ଏହାର ଚିକିତ୍ସା ସୁବିଧା ମିଳିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।