ପ୍ରତିବର୍ଷ ଲତାଙ୍କ ନାଁରେ ପୁରସ୍କାର ଦିଆଯିବ – ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: ଗତକାଲି ସ୍ୱର ସରସ୍ୱତୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି । ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶିବରାଜ କହିଛନ୍ତି କି, ପ୍ରତି ବର୍ଷ ଲତା ଦିଦିଙ୍କୁ ସମ୍ମାନ ଜଣାଯିବ । ତାଙ୍କ ନାଁରେ ପ୍ରତ୍ୟେକ ବର୍ଷ ପୁରସ୍କାର ପ୍ରଦାନ କରାଯିବ ।

ଖାଲିସେତିକି ନୁହେଁ ଲତାଙ୍କୁ ସମ୍ମାନ ଜଣାଇ ତାଙ୍କ ନାଁରେ ସଂଗୀତ ବିଶ୍ୱବିଦ୍ୟାଳୟ, ଏକାଡେମୀ ଓ ସଂଗ୍ରାହଳୟ କରାଯିବ । ମଧ୍ୟପ୍ରଦେଶରେ ପ୍ରତିବର୍ଷ ଲତା ଦିଦିଙ୍କ ଜନ୍ମ ବାର୍ଷିକୀରେ ସଂଗୀତ ଜଗତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଲୋକଙ୍କୁ ସମ୍ମାନୀତ କରାଯିବ ।