ଖୁବଶୀଘ୍ର ହଲିଉଡରେ ଦେଖାଦେବେ ଧନୁଷ

ନୂଆଦିଲ୍ଲୀ : ସାଉଥ ଫିଲ୍ମ୍‌ ଅଭିନେତା ଧନୁଷ ଖୁବଶୀଘ୍ର ହଲିଉଡରେ ନଜର ଆସିବେ । ଅଭିନେତା ଧନୁଷ ହଲିଉଡ ଫିଲ୍ମ ‘ଦ ଗ୍ରେ ମ୍ୟାନ’ରେ ଅଭିନୟ କରିଛନ୍ତି । ଏହା ଫିଲ୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ । ଏହି ଫିଲ୍ମରେ ଧନୁଷଙ୍କ ଆକ୍ସନ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଣ୍ଟୋନି ଓ ଜୋ ରୁଷୋ ।

ଏହି ଫିଲ୍ମଟି ଶୁଟିଂ ସରିଥିବା ବେଳେ ଏବେ ଖୁବଶୀଘ୍ର ରିଲିଜ୍‌ ହେବ ବୋଲି ସୂଚନା ମିଳିଛି । ଏହି ଫିଲ୍ମରେ ଅଭିନେତା ରିୟାନ ଗୋଲିଙ୍ଗ ଓ ଖ୍ରୀସ ଇଭାନ୍ସଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ଧନୁଷ । ଏହି ଖବର ଆସିବା ନେଇ ତାଙ୍କ୍‌ ପ୍ରଶଂସକମାନେ ଖୁବ ଉତ୍ସାହିତ ଅଛନ୍ତି ।