ନଦୀରେ ବୁଡ଼ିଗଲେ ୪ ଶିଶୁ

ଗିରିଡିହ: ଗିରିଡିହର ମଙ୍ଗରୋଡିହରେ ନଦୀକୁ ଗାଧୋଇବାକୁ ଯାଇ ୪ଜଣ ଶିଶୁ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି । ଏହି ଅଭାବନୀୟ ଘଟଣା ଝାଡ଼ଖଣ୍ଡର ଗିରିଡିହରେ ଘଟିଛ । ମିଳିଥିବା ଖବର ଅନୁସାରେ ମୃତ ଶିଶୁଙ୍କ ମଧ୍ୟରେ ୩ଜଣ ଝିଅ ଓ ଜଣେ ପୁଅ ଥିବା ଜଣାପଡିଛି । ଏହି ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ନଦୀ ଭିତରେ ପଶି ଶିଶୁଙ୍କୁ ଖୋଜିବା ଆରମ୍ଭ କରିଥିଲେ । ନଦୀ ଭିତରୁ ୪ ଶିଶୁଙ୍କ ମୃତଦେହ ମିଳିଥିଲା । ଏନେଇ ପୋଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।