ଶୁକ୍ରବାର-ଶୂକ୍ରଗ୍ରହ ସାରା ବିଶ୍ୱ ପାଇଁ କିଛିଟା ସଂକେତ

ଆକାଶରେ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ଅଜବ ପ୍ରକାରର ଦୃଶ୍ୟ ଦେଖିଲା ଏ ସାରା ଜଗତ । ଆକାଶର କିଟିମିଟ ଅନ୍ଧାରରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ ଦେଖି ସମସ୍ତେ ଅବିଶ୍ୱାସ ଆଖିରେ ଚାହିଁ ରହିଛନ୍ତି। ଯାହାକୁ ଏପର୍ଯ୍ୟନ୍ତ କେହି ବୁଝି ପାରି ନାହାନ୍ତି।

ସନ୍ଧ୍ୟା ଆକାଶରେ ଚନ୍ଦ୍ର ଏବଂ ତାରାର ଏକ ମହାମିଳନ ଦେଖିବାକୁ ମିଳିଛି । ଅର୍ଦ୍ଧଚନ୍ଦ୍ର ତଳେ ଏକ ତାରା ଦୃଶ୍ୟମାନ ହୋଇଛି । ଯାହା ଲୋକଙ୍କୁ ଖୁବ ଆଶ୍ଚର୍ଯ୍ୟ କରି ଦେଇଛି । ଏହାକୁ ଲୋକମାନେ ମହାଜାଗତିକ ଦୃଶ୍ୟ ବୋଲି ମଧ୍ୟ କହିଛନ୍ତି । ତେବେ କିଛି ଲୋକ ଏହାକୁ ଶୁକ୍ର ଗ୍ରହ ବୋଲି କହୁଥିବା ବେଳେ କେହି କେହି ଏହାକୁ ତାରା ବୋଲି ମତ ରଖିଛନ୍ତି ।

ତେବେ ପ୍ରକୃତରେ ଏହା କ’ଣ ସେ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ସାରା ସୋସିଆଲ ମିଡିଆରେ ଏହାର ଫଟୋ ବର୍ତ୍ତମାନ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ସେହିପରି ଶୁକ୍ରବାର ଶୂକ୍ରଗ୍ରହ ସାରା ବିଶ୍ୱ ପାଇଁ କିଛିଟା ସଂକେତ ଦେଇଛି ବୋଲି ଜ୍ଞାନୀଗୁଣୀ ମାନେ ଚର୍ଚା ରଖିଛନ୍ତି ।