ମାର୍ଚ୍ଚ ୧ ତାରିଖଠାରୁ ଯୁକ୍ତ ୨ ପରୀକ୍ଷା

ଆସନ୍ତା ମାର୍ଚ୍ଚ ୧ ତାରିଖ ଠାରୁ…..

ଭୁବନେଶ୍ବର:  ଆସନ୍ତା ମାର୍ଚ୍ଚ ୧ ତାରିଖ ଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପଢୁଥିବା ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ‌ଦେବେ। ବାର୍ଷିକ ପରୀକ୍ଷା ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଯୁକ୍ତ ୨ ବୋର୍ଡ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ ) ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ମାର୍ଚ୍ଚ ୧ ତାରିଖ ଠାରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ହେବ। ସେହିପରି କଳା ଓ ବାଣିଜ୍ୟ ବିଷୟରେ ୨ ତାରିଖରେ ହେବାକୁ ଥିବା ବେଳେ ମାର୍ଚ୍ଚ ୩ ତାରିଖରୁ ଧନ୍ଦାମୂଳକ ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରି ୧ ତାରିଖ ଠାରୁ ଆରମ୍ଭ ହୋଇ ୧୦ ତାରିଖ ମଧ୍ୟରେ ଶେଷ ହେବ। ପରୀକ୍ଷା ସମୟରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ କୋଭିଡ୍‌ ଗାଇଡଲାଇନ୍‌କୁ ବାଧ୍ୟତାମୂଳକ ଭାବେ ପାଳନ କରିବେ।