ପବିତ୍ର ଶାମ୍ବ ଦଶମୀ : କିପରି ପାଳନ କରିବା ତାହା ସହିତ ଆମମାନଙ୍କ ମଙ୍ଗଳ କିପରି ହେବ ସେ ବିଷୟ ଉପରେ ଜାଣିବା?

ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଆମ ଓଡ଼ିଆ ଘରର ଏକ ମୁଖ୍ୟ ପର୍ବ ହେଉଛି ଶାମ୍ବ ଦଶମୀ। ଘରେଘରେ ଲୋକେ ଏଇ ପର୍ବକୁ ଶମ୍ବର ଦଶମୀ ଭାବେ ପାଳନ କରନ୍ତି। ପ୍ରବାଦ ଅଛି ଯେ, ଶାମ୍ବ ଏହି ଦିନ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କୁ ପୂଜା କରି କୁଷ୍ଠ ବ୍ୟାଧିରୁ ମୁକ୍ତ ହୋଇଥିଲେ। ହିନ୍ଦୁ ଘରର ନାରୀମାନେ ନିଜ ପିଲାର ମଙ୍ଗଳ, ଦୀର୍ଘ ଜୀବନ କାମନା କରି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି। ଶାମ୍ବ ଦଶମୀରେ ସୂର୍ଯ୍ୟ ଦେବତାଙ୍କୁ ଆରାଧନା ସହ ତିନୋଟି ଧୂପ କରି ପୂଜା କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜା  |

କଥିତ ଅଛି, ଏକଦା କୃଷ୍ଣପୁତ୍ର ଶାମ୍ବ ନିଜର ଚପଳତା ହେତୁ ଅଭିଶାପ ପାଇ କୁଷ୍ଠରୋଗରେ ପୀଡ଼ିତ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଦକ୍ଷିଣ ସମୁଦ୍ର ତଟରେ ଥିବା ମୈତ୍ରେୟ ବନକୁ ଆସି ସୂର୍ଯ୍ୟଙ୍କୁ ଉପାସନା କରିବା ଫଳରେ, ସେ ସେହି ରୋଗରୁ ମୁକ୍ତ ହୋଇଥିଲେ। ପୌଷ ଶୁକ୍ଳ ଦଶମୀ ତିଥିରେ ସୂର୍ଯ୍ୟଦେବ ଶାମ୍ବଙ୍କୁ ଆଦିତ୍ୟ ନାରାୟଣଙ୍କର ଏକ କନକ ପ୍ରତିମା ପ୍ରଦାନ କରି, ଅର୍କକ୍ଷେତ୍ରରେ ତାହାର ପ୍ରତିଷ୍ଠା କରିବାକୁ ଉପଦେଶ ଦେଇଥିଲେ । ସେହି ସ୍ମୃତିରେ ଆଜି ମଧ୍ୟ ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ ଏବଂ ଗୃହୀମାନେ ନିଜ ନିଜ ଗୃହରେ ଭକ୍ତି ସହକାରେ ସୂର୍ଯ୍ୟଦେବଙ୍କର ଉପାସନା କରିଥାନ୍ତି ।କଥିତ ଅଛି, ଏକଦା କୃଷ୍ଣପୁତ୍ର ଶାମ୍ବ ନିଜର ଚପଳତା ହେତୁ ଅଭିଶାପ ପାଇ କୁଷ୍ଠରୋଗରେ ପୀଡ଼ିତ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଦକ୍ଷିଣ ସମୁଦ୍ର ତଟରେ ଥିବା ମୈତ୍ରେୟ ବନକୁ ଆସି ସୂର୍ଯ୍ୟଙ୍କୁ ଉପାସନା କରିବା ଫଳରେ, ସେ ସେହି ରୋଗରୁ ମୁକ୍ତ ହୋଇଥିଲେ। ପୌଷ ଶୁକ୍ଳ ଦଶମୀ ତିଥିରେ ସୂର୍ଯ୍ୟଦେବ ଶାମ୍ବଙ୍କୁ ଆଦିତ୍ୟ ନାରାୟଣଙ୍କର ଏକ କନକ ପ୍ରତିମା ପ୍ରଦାନ କରି, ଅର୍କକ୍ଷେତ୍ରରେ ତାହାର ପ୍ରତିଷ୍ଠା କରିବାକୁ ଉପଦେଶ ଦେଇଥିଲେ । ସେହି ସ୍ମୃତିରେ ଆଜି ମଧ୍ୟ ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ ଏବଂ ଗୃହୀମାନେ ନିଜ ନିଜ ଗୃହରେ ଭକ୍ତି ସହକାରେ ସୂର୍ଯ୍ୟଦେବଙ୍କର ଉପାସନା କରିଥାନ୍ତି ।