ଆୟୁର୍ବେଦ ଅନୁସାରେ ରାତିରେ ଡେରିରେ ଭୋଜନ କରିବା ଓ ତାପରେ ତୁରନ୍ତ ଶୋଇଯିବା ଅସ୍ୱାସ୍ଥ୍ୟକର ଅଟେ

ଆମ ପରିବାରରେ ସମସ୍ତ ପୁରୁଷ ରାତିରେ ଡେରିରେ ଭୋଜନ କରିଥାନ୍ତି ଓ ସ୍ତ୍ରୀମାନେ ତାଙ୍କ ପରେ ଆହୁରି ଡେରିରେ ଭୋଜନ କରିଥାନ୍ତି । ଆୟୁର୍ବେଦ ଅନୁସାରେ ରାତିରେ ଡେରିରେ ଭୋଜନ କରିବା ଓ ତାପରେ ତୁରନ୍ତ ଶୋଇଯିବା ଅସ୍ୱାସ୍ଥ୍ୟକର ଅଟେ । ମୋତେ ତ ଭୋଜନ ପରେ ତୁରନ୍ତ ଶୋଇବାକୁ ପଡୁଛି ।

ଦ୍ବିପହର ଭୋଜନ ପରେ ବି ମୋତେ ନିଦ ଲାଗୁଛି । କଣ ଦ୍ବିପହର ଭୋଜନ ପରେ ଶୋଇବା ଠିକ ନୁହେଁ ?
ଉତ୍ତର: ଉତ୍ତମ ପାଚନ ନିମନ୍ତେ ମସ୍ତିଷ୍କ କ୍ରିୟାଶୀଳ ଓ ସଚେତ ରହିବା ଉଚିତ ତଥା ଭଲ ନିଦ ପାଇଁ ପେଟ ଖାଲି । ଏହା ଶରୀର ବିଜ୍ଞାନ ସମ୍ବନ୍ଧୀ ଏକ ନିଶ୍ଚିତ ନିୟମ ଅଟେ । ଭୋଜନର ତୁରନ୍ତ ପରେ ଭାରି ଅନୁଭବ ହେବା ବା ନିଦ ଆସିବା ସ୍ୱାଭାବିକ ନୁହେଁ, ବରଂ ଅଜୀର୍ଣ୍ଣ ବା ଗରିଷ୍ଠ ତଥା ଭୋଜନାଧିକ୍ୟର ପରିଣାମ ଅଟେ । ରାତିରେ ଭୋଜନ ପରେ ତୁରନ୍ତ ଶୋଉଥିବା ବ୍ୟକ୍ତି ପ୍ରଥମ ତିନି ଚାରି ଘଣ୍ଟା ତ ଆରାମରେ ଶୋଇଥାନ୍ତି, କିନ୍ତୁ ପରେ ନିଦ ଭାଙ୍ଗିଲେ ପୁଣି ଶୋଇବା କଷ୍ଟକର ହୋଇଥାଏ । ଏପରି ଲୋକ ପ୍ରାୟ କୋଷ୍ଠ ବଦ୍ଧତାର ଶିକାର ହୋଇଥାନ୍ତି । ତେଣୁ ରାତି ଭୋଜନ, ଶୋଇବାର ନିହାତି ତିନି/ଚାରି ଘଣ୍ଟା ପୂର୍ବରୁ ହେବା ଉଚିତ ।

ଦ୍ବିପହର ରେ ଭୋଜନ ପରେ ଶୋଇବା ଅପେକ୍ଷା ଭଲ ହେବ ଯଦି ଆପଣ ଭୋଜନ ପୂର୍ବରୁ ଅଧଘଣ୍ଟା ଆରାମ କରିନେବେ । ଏହି ଆରାମ କରିବା ପାଚନ ନିମନ୍ତେ ବହୁତ ହିତକର ସିଦ୍ଧ ହୋଇଥାଏ । ସବୁବେଳେ ମନେ ରଖିବା ଆବଶ୍ୟକ ଯେ ପାଚନ ନିମନ୍ତେ ଜାଗୃତ ମସ୍ତିଷ୍କ ର ଆବଶ୍ୟକତା ହୋଇଥାଏ । ନିଦ୍ରିତ ଅବସ୍ଥାରେ ଭୋଜନର ପାଚନ ଠିକ ଭାବରେ ହୋଇପାରିନଥାଏ ଓ ପେଟରେ ଭୋଜନ ଭରି ରହିଥିବା ତଥା ପାଚନ କ୍ରିୟା ଜାରି ରହିଥିବା କାରଣରୁ ଭଲ ଗଭୀର ନିଦ ହୋଇନଥାଏ ।