ପଞ୍ଚମ ଶ୍ରେଣୀ ଛାତ୍ର ଭୁବନାନନ୍ଦ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନରେ ଶିଶୁ ବର୍ଗରେ ପ୍ରଥମ

ସମଗ୍ର ଶୁଆକାଟି ଅଞ୍ଚଳରେ ଖୁସିର ମାହୋଲ…

କେନ୍ଦୁଝର: ସହରର କେନ୍ଦୁଝରଗଡ଼ ସରସ୍ୱତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ହୋଇଯାଇଥିବା ଜ୍ଞାନ ବିଜ୍ଞାନ ମେଳା ୨୦୨୨–୨୩ ର ବିଜ୍ଞାନ ପ୍ରଦର୍ଶନୀ ରେ ଶିଶୁ ବର୍ଗର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ରେ ଶୁଆକାଟି ର ପଞ୍ଚମ ଶ୍ରେଣୀ ଛାତ୍ର ଭୁବନାନନ୍ଦ ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣା ପଡିଛି !

ଭୁବନାନନ୍ଦ ବର୍ଷା ଜଳ ର କିପରି ସଂରକ୍ଷଣ ହୋଇ ପାରିବ ସେ ନେଇ ନିଜ କୁନି କୁନି ହାତରେ ବିଜ୍ଞାନ ପ୍ରକଳ୍ପ ତିଆରି କରୀ ପ୍ରଦର୍ଶନ କରିଥିଲେ !ପ୍ରକଳ୍ପ କୁ ଦେଖି ବିଚାରକ ମଣ୍ଡଳୀ ବେଶ ଖୁସି ବ୍ୟକ୍ତ କରିବା ସହ ପ୍ରଭାବିତ୍ତ ହୋଇଥିଲେ ପୁରସ୍କାର ସ୍ୱରୂପ ଅତିଥି ବୃନ୍ଦ ମାନପତ୍ର ଓ ଟ୍ରଫି ପ୍ରଦାନ କରିଛନ୍ତି !
ଭୁବନା ନନ୍ଦ ହେଉଛନ୍ତି ଶୁଆକାଟି ମାଇନିଙ୍ଗ ଛକ ବାସିନ୍ଦା ମୁନା ପାତ୍ର ଓ ମାନସି ପାତ୍ର ଙ୍କ ପୁତ୍ର! ଏହି ଖବର ଜଣା ଯିବା ପରେ ସମଗ୍ର ଶୁଆକାଟି ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି।