ଖଣିଅଂଚଳରେ ମାରାଥନ୍ କାର୍ଯ୍ୟକ୍ରମ

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଚମ୍ପୁଆ ବିଧାନସଭା କ୍ଷେତ୍ରର…..

ବଡ଼ବିଲ : ଭାରତ ସରକାରଙ୍କର ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ତିନିଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପ୍ରଥମ ଦିନ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼ବିଲ ଠାରେ ପହଂଚିଥିଲେ । ମନ୍ତ୍ରୀଙ୍କ ଆଗମନରେ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ନେତୃତ୍ୱରେ ବଡ଼ବିଲ କଲେଜ ଠାରୁ ହୋଟେଲ ଲକି ଇଣ୍ଡିଆ ପର୍ଯ୍ୟନ୍ତ ଏକ ଭବ୍ୟ ମଟରସାଇକେଲ ଶୋଭାଯାତ୍ରା ହୋଟେଲରେ ପହଂଚିଥିଲା । ସେଠାରେ ପାରମ୍ପାରିକ ଆଦିବାସୀ ନୂତ୍ୟରେ ମନ୍ତ୍ରୀ ଶ୍ରୀ ମୁଣ୍ଡାଙ୍କୁ ସ୍ୱାଗତ କରିଥିଲେ ।

ପ୍ରଥମେ ବିଡ଼ବିଲର ହୋଟେଲ ଲକି ଇଣ୍ଡିଆ ସଭାଗୃହରେ ଯୁବ ମତଦାତାଙ୍କୁ ଶ୍ରୀ ମୁଣ୍ଡା ଏକ ଭାରତ ଶ୍ରେଷ୍ଠ ଭାରତରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଥିଲେ । ସେ ଭାରତର ଯସଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ଅବଗତ କରାଇଥିଲେ । ଦେଶ ୭୫ ତମ ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ମୋଦି ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ସହିତ ଭ୍ରଷ୍ଟାଚାର ମୁକ୍ତ ରାଷ୍ଟ୍ର ଗଠନରେ ସମସ୍ତ ନାଗରିକଙ୍କର ଭୂମିକା ସମ୍ବନ୍ଧରେ ଅବଗତ କରାଇଥିଲେ ।

ଦ୍ୱିତୀୟ ସତ୍ରରେ ପ୍ରଭାବୀ ମତଦାତା ଓ ବୁଦ୍ଧିଜୀବିଙ୍କୁ ମୋଦି ସରକାରଙ୍କ ପ୍ରଭାବି ବୈଦେଶିକ ନୀତି ଯୋଗୁଁ ଆଜି ବିଶ୍ୱଦରବାରରେ ଭାରତର ସ୍ୱତନ୍ତ୍ର ପରିଚୟ ଉପରେ ଆଲୋକପାତ କରିଥିଲେ । ଦେଶକୁ ସମୃଦ୍ଧ କରିବାରେ ବୁଦ୍ଧିଜୀବି ଓ ପ୍ରଭାବି ମତଦାତାଙ୍କର ପ୍ରମୁଖ ଭୂମିକାକୁ ପ୍ରଶଂସା କରିଥିଲେ । ଦଳୀୟ କାଉନ୍ସିଲର ଧର୍ମେନ୍ଦ୍ର ମହାନ୍ତଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନ କରିଥିଲେ । ରାଷ୍ଟ୍ରାୟତ ଉଦ୍ୟୋଗ ବଲାଣୀ ସେଲ୍ କର୍ତୃପକ୍ଷଙ୍କ ସହ ଖଣି ଅଂଚଳର ଲୋକଙ୍କ ପାରିପାଶ୍ୱିର୍କ ଓ ସ୍ଥାନୀୟ ଶ୍ରମିକ ମାନଙ୍କ ସମ୍ବନ୍ଧରେ ଆଲୋଚନା କରିଥିଲେ । ବଲାଣୀ ଜେ.ଏନ୍.ଆର.ସି. ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ଅପରାହ୍ନରେ ବଡ଼ବିଲ ମା’ ତାରିଣୀ ଗୋଶାଳାଠାରେ ଦଳୀୟ କର୍ମୀଙ୍କୁ ନେଇ ଆୟୋଜିତ କର୍ମଶାଳା ଭାଗ ନେଇ ୨୦୨୪ ପାଇଁ କାର୍ଯ୍ୟକର୍ତାଙ୍କୁ ଲୋକଙ୍କ ସହ ଯୋଡ଼ି ବିକାଶର ବାର୍ତାକୁ ଘରେ ଘରେ ପହଂଚାଇବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଲୋକସଭା ପ୍ରଭାରୀ ସଂଜୀବ ମହାନ୍ତି, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ଜିଲା ସଂଯୋଜକ ଶୁକଦେବ ମହାନ୍ତ, ରାଜ୍ୟ ପ୍ରବକ୍ତା ବିରଚିଂ ତି୍ପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମିଶ୍ର, ରାଧାକାନ୍ତ ମହାନ୍ତ ପ୍ରମୁଖ ମଂଚାସିନ ଅତିଥି ଉପସ୍ଥିତ ଥିଲେ । ମଂଚ ସଂଚାଳନ ଜିଲା ଉପସଭାପତି ଦେବପ୍ରସାଦ ମିଶ୍ର କରିଥିଲେ ।

ଜିଲା ଉପସଭାପତି ଅଗୁନ ମହାନ୍ତ, ଜିଲା ଉପସଭାନେତ୍ରୀ ସ୍ୱପ୍ନା ସାହୁ ଓ ଜିଲା ସଂପାଦକ ନିଳମଣୀ ମହାନ୍ତ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ପ୍ରକାଶ ମଲିକ ଓ ଜିଲା ଯୁବମୋର୍ଚ୍ଚା ସଭାପତି ହୋମରଂଜନ ବାରିକ, ଜିଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଜଂଳି କର, ମଣ୍ଡଳ ସାଧାରଣ ସଂପାଦକ ଶ୍ରୀନିବାସ କୋନାର, ଅନିତା ଭୌମିକ, ପରମଜିତ ସିଂ, ରାଜା ଗୁପ୍ତା, ଚିନ୍ମିୟ ମହାକୁଡ଼ ପ୍ରମୁଖ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଥିଲେ । ଏଥିରେ ସମସ୍ତ ମଣ୍ଡଳ ସଭାପତି, ଜିଲା ପଦାଧିକାରୀ ଓ ସ୍ଥାନୀୟ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।