କୋଚିଂ ସେଂଟରରେ ନିଆଁ: ପୁଲିସ କହୁଛି ସବୁ ସୁରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀର ଗୋଟିଏ କୋଚିଂ ସେଂଟରରେ ନିଆଁ ଲାଗିଯିବା ଫଳରେ ଜୀବନ ବିକଳରେ ଛାତ୍ରଛାତ୍ରୀମାନେ ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଛନ୍ତି । ବଂଚି ଯାଇଥିବା ଛାତ୍ରଛାତ୍ରୀଙ୍କ ସୂଚନା ମୁତାବକ କିଛି ଲୋକ ଜଳନ୍ତା କୋଠାରେ ପ୍ରାଣ ହରାଇ ସାରିଲେଣି । ପୋଲିସ କହୁଛି କ’ଣ ନା ସବୁ ସୁରକ୍ଷିତ ରହିଛି । କୋଠାରେ ଜୀବନ୍ତ ଦଗ୍ଧ ମୃତଦେହଗୁଡ଼ିକ ସୁରକ୍ଷିତ ରହିଛି ବୋଲି ପୁଲିସ କହୁଛି କି ଆଉ କ’ଣ, ସେ ବିଷୟରେ ଠୋସ୍‌ ତଥ୍ୟ କାହା ପାଖରେ ନାହିଁ ।

ସୂଚନା ମୁତାବକ ଉତର-ପଶ୍ଚିମ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା ଗୋଟିଏ କୋଚିଂ ସେଂଟରରେ କୌଣସି କାରଣରୁ ନିଆଁ ଲାଗିଥିଲା । ଦିନ ସାଢେ଼ ୧୨ଟାରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ପ୍ରାୟ ୧୧ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା।

ଝରକା ବାଟ ଦେଇ ଛାତ୍ରଛାତ୍ରୀମାନେ ତଳକୁ ଡେଇଁ ପଡ଼ିବା ଫଳରେ କିଛି ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ କହିଛି ଯେ ସର୍ଟ ସର୍କିଟ୍‌ କାରଣରୁ ନିଆଁ ଲାଗିଥିଲା ।