କରୋନା ପାଇଁ ଭାରତରେ ଲଞ୍ଚ ହେଲା ଫାବି ସ୍ପ୍ରେ

ନୂଆଦିଲ୍ଲୀ: କୋଭିଡ୍-୧୯ ର ଉପଚାର ପାଇଁ ଗ୍ଲେନମାର୍କ ଭାରତରେ ଲଞ୍ଚ କରିଛି ଫାବି ନାସାଲ ସ୍ପ୍ରେ । ଫାବି ସ୍ପ୍ରେ ହେଉଛି ଏକ ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ (NONS), ଯାହା ବାୟୁରେ COVID-19 ଜୀବାଣୁକୁ ମାରିବା ପାଇଁ ତିଆରି କରାଯାଇଛି। ତେବେ ଏହା ପୂର୍ବରୁ ନାସାଲ ଡ୍ରପ୍ ମଧ୍ୟ ଆସିସାରିଛି।

ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଏବଂ କାନାଡାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ SaNOtize ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍, କରୋନାରେ ଆକ୍ରାନ୍ତ ହୋଇଥିବା ଥିବା ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଫାବି ସ୍ପ୍ରେ ଲଞ୍ଚ କରିଛି। ଯେଉଁମାନଙ୍କର କୋଭିଡ୍ ହେବାରେ ଆଶଙ୍କା ଅଧିକ ଥାଏ ଓ ସାମାନ୍ୟ ଥଣ୍ଡା ଜ୍ବର ଆରମ୍ଭ ହୁଏ ସେମାନେ ମଧ୍ୟ ଏହା ବ୍ୟବହାର କରିପାରିବେ। ଏହା ସଂକ୍ରମଣକୁ ବ୍ୟାପିବାରେ ମଧ୍ୟ ରୋକିଥାଏ। ଏହାକୁ ନାକ ଉପରେ ସ୍ପ୍ରେ କରାଯିବା ସମୟରେ ହିଁ ଏହା ଜୀବାଣୁ ବିରୁଦ୍ଧରେ କାମ କରିବା ଆରମ୍ଭ କରିଦିଏ। କରୋନା ଭାଇରସକୁ ଏହା ଫୁସଫୁସକୁ ଯିବା ପାଇଁ ରୋକିଥାଏ, ଯାହାଦ୍ବାରା ଏହି ଭାଇରସ ଫୁସଫୁସକୁ ଆକ୍ରାନ୍ତ କରିପାରେ ନାହିଁ। ଏହି ସ୍ପ୍ରେ ଦ୍ଵାରା SARS-Cov-2 ଜୀବାଣୁର ୯୯.୮% ମାରିବା ପ୍ରମାଣିତ ହୋଇଛି । ଏହା ପ୍ରାୟ କରୋନାର ସବୁ ପ୍ରକାର ଭାଇରସକୁ ମାତ୍ ଦେଉଥିବା ପରୀକ୍ଷଣରୁ ଜଣା ପଡ଼ିଛି।

ଡକ୍ଟର ଶ୍ରୀକାନ୍ତ କୃଷ୍ଣମୂର୍ତ୍ତି ମନ୍ତବ୍ୟ ଦେଇଛନ୍ତି, ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ ଭାଇରାଲ୍ ଫିଭର ମଧ୍ୟ ଠିକ୍ କରୁଛି। ଏହାକୁ ସଂକ୍ରମଣର ଆରମ୍ଭରୁ ହିଁ ବ୍ୟବହାର କଲେ ଆରଟି- PCR ଟେଷ୍ଟ ମଧ୍ୟ ନେଗେଟିଭ ଆସିବ।

ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ରବର୍ଟ କ୍ରୋକର୍ଟ କହିଛନ୍ତି, “ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍ ସ୍ପ୍ରେ (ଫାବି ସ୍ପ୍ରେ) କୋଭିଡ୍ ପାଇଁ ବ୍ୟବହାର କରିବା ନିରାପଦ ଏବଂ ପ୍ରଭାବଶାଳୀ ମଧ୍ୟ।