ଆଉ ୮୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ତଳେ ଆସୁଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୩୭୦ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୬୯ ପଜିଟିଭ୍ ।

ରାଜ୍ୟରେ କମୁନି କରୋନା ମୃତ୍ୟୁ ହାର । ଆଜି ବି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୫ ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଆଜିର କରୋନା ମୃତକଙ୍କ ମଧ୍ୟରେ ସର୍ବାଧିକ ମୃତକ ଖୋର୍ଦ୍ଧା ଜିଲ୍ଲାର ରହିଥିବା ଜଣାପଡ଼ିଛି । ଖୋର୍ଦ୍ଧାରୁ ସର୍ବାଧିକ ୭ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ଓ କଟକରୁ ୨ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା । କେବଳ ବଲାଙ୍ଗୀରରୁ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍‍ ମୃତ୍ୟୁସଂଖ୍ୟା ୮ହଜାର ୯୬୧କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମିତ କମ୍‍ ଚିହ୍ନଟ ହେଉଛନ୍ତି ।

ସମ୍ବଲପୁରରୁ ସର୍ବାଧିକ ୧୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୪, ବାଲେଶ୍ୱର ୩୬, ବରଗଡ ୧୦, ଭଦ୍ରକ ୧୧, ବଲାଙ୍ଗିର ୧୩, ବୌଦ୍ଧ ୫, କଟକ ୪୦, ଦେବଗଡ ୧୫, ଢେଙ୍କାନାଳ ୧୦, ଗଜପତିରୁ ୨୩ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୬, ଜଗତସିଂହପୁର ୧୪, ଯାଜପୁର ୩୨, ଝାରସୁଗୁଡା ୨୦, କଳାହାଣ୍ଡି ୧୨, କନ୍ଧମାଳ ୨୫, କେନ୍ଦ୍ରାପଡା ୧୮, କେନ୍ଦୁଝରରେ ୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ଖୋର୍ଦ୍ଧାରୁ ୮୬, କୋରାପୁଟ ୬୬, ମାଲକାନଗିରି ୩, ମୟୂରଭଞ୍ଜ ୨୩, ନବରଙ୍ଗପୁର ୧୩, ନୟାଗଡ ୨୦, ନୂଆପଡା ୧୯, ପୁରୀ ୮, ରାୟଗଡା ୨୨, ସୋନପୁର ୨୫, ସୁନ୍ଦରଗଡ ୭୯ ଷ୍ଟେଟପୁଲରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୬୩୯ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୬୩ ହଜାର ୧୦୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୮୦, ୭୮୪କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ୮ ହଜାର ୬୬୪ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।