କଦଳୀ ଖାଇଦା ଦ୍ୱାରା କେଉଁ ରୋଗରୁ ମୁକ୍ତି ପାଇଥାଉ ,ଆସନ୍ତୁ ଜାଣିବା

ପ୍ରତ୍ୟେକ ଦିନ ଏକ କଦଳୀ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ ରେ ରହିଥାଏ….

ସବୁ ଋତୁରେ ମିଳୁଥିବା ଫଳ ମଧ୍ୟରେ କଦଳୀ ହେଉଛି ଅନ୍ୟତମ । ଏହାକୁ ଖାଇବାକୁ ସବୁ ବର୍ଗର ଲୋକେ ପସନ୍ଦ କରିଥାନ୍ତି । ବିଶେଷ କରି ମନ୍ଦିରରେ ଏହି ଫଳ ଅଧିକାଂଶ ଲାଗି ହୋଇଥାଏ । କଦଳୀରୁ ବିଭିନ୍ନ ଖାଦ୍ୟପେୟ ପ୍ରସ୍ତୁତ ହୋଇଥାଏ । ପ୍ରତ୍ୟେକ ଦିନ ଏକ କଦଳୀ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ ରେ ରହିଥାଏ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍‌ରେ ରହିଥାଏ : କଦଳୀରେ ଭରପୂର ମାତ୍ରାରେ ପୋଟାସିୟମ୍‌ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ବ୍ଲଡପ୍ରେସର୍ କଣ୍ଟ୍ରୋଲ୍‌ରେ ରହିବା ସହ ହୃଦରୋଗ ଭଲ କରିଥାଏ। ପ୍ରତିଦିନ ୧ଟି କଦଳୀ ଖାଇବା ଶରୀରର ପୋଟାସିୟମର ୯ ପ୍ରତିଶତ ଆବଶ୍ୟକତା ଯୋଗାଇଥାଏ। ତେଣୁ ଉଚ୍ଚ ରକ୍ତଚାପର ରୋଗୀମାନେ ଏହାକୁ ଖାଇବା ଆବଶ୍ୟକ।

ହୃତପିଣ୍ଡ ସୁସ୍ଥ ରହିଥାଏ : କଦଳୀରେ ଭିଟାମିନ୍, ଆଇରନ୍, ଫାଇବର, ପୋଟାସିୟମ୍, ଫୋଲେଟ୍, ଆଣ୍ଟି-ଅକ୍ସିଡାଣ୍ଟ ଇତ୍ୟାଦି ରହିଥିବାରୁ ଏହା ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲ LDL ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହି କ୍ଷେତ୍ରରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ହୋଇଥାଏ।

କ୍ୟାନ୍ସରରୁ ରକ୍ଷା ମିଳିଥାଏ : କ୍ୟାନ୍ସର ଏକ ମାରାତ୍ମକ ରୋଗ। ଏହାକୁ ଏଡାଇବା ପାଇଁ, ଦୈନନ୍ଦିନ ଖାଦ୍ୟରେ ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ କଦଳୀ ଖାଇବା ସର୍ବୋତ୍ତମ ବିକଳ୍ପ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଲେକ୍ଟିନ୍ ଥାଏ ଯାହା କୋଷଗୁଡ଼ିକୁ ଫ୍ରୀ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଯଦି ପିଲାଟି ଦିନରୁ କଦଳୀ ଖିଆଯାଏ, ତେବେ କ୍ୟାନ୍ସର ରୋଗ ହେବାର ଆଶଙ୍କା ବହୁଗୁଣିତ କମ୍ ହୋଇଥାଏ।

ସ୍ମରଣ ଶକ୍ତି ବଢିଥାଏ : ପ୍ରତ୍ୟେକ ଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ।ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିବା ସହ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ