ଅରୁଣାଚଳର ବିକାଶ କାର୍ଯ୍ୟ ଉପରେ ଲୋକଙ୍କ ପ୍ରତିକି୍ରୟାର ଜବାବ ଦେଲେ ପ୍ରଧାନମନ୍ତ୍ରୀ

ଉତ୍ତର ପୂର୍ବ ଅଞ୍ଚଳରେ ସଂଯୋଗ ଦୃଷ୍ଟିରୁ ଏହା ଏକ ବିରାଟ ପରିବର୍ତ୍ତନ….

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତକାଲି ଆରମ୍ଭ କରାଯାଇଥିବା ଉନ୍ନୟନମୂଳକ ପଦକ୍ଷେପଗୁଡ଼ିକ ବାବଦରେ ଲୋକମାନେ ଯେଉଁଭଳି ପ୍ରଶଂସା କରିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ତାହାର ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗତକାଲି ଡୋନି ପୋଲୋ ବିମାନବନ୍ଦର, ଇଟାନଗର ଉଦଘାଟନ କରିଥିଲେ ଏବଂ ୬୦୦ ମେଗାୱାଟ କାମେଙ୍ଗ ଜଳବିଦୁ୍ୟତ ଷ୍ଟେସନକୁ ଲୋକାର୍ପଣ କରିଥିଲେ ।

ଉତ୍ତରପୂର୍ବ ଅଞ୍ଚଳରେ ବିମାନ ସଂଯୋଗରେ ହୋଇଥିବା ଆଖିଦୃଶିଆ ବୃଦ୍ଧି ସଂକ୍ରାନ୍ତରେ ଦିଆଯାଇଥିବା ଏକ ମତାମତ ବାବଦରେ, ପ୍ରଧାନମନ୍ତ୍ରୀ କହିଛନ୍ତି,

‘‘ହଁ, ଉତ୍ତର ପୂର୍ବ ଅଞ୍ଚଳରେ ସଂଯୋଗ ଦୃଷ୍ଟିରୁ ଏହା ଏକ ବିରାଟ ପରିବର୍ତ୍ତନ । ଏହା ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନକୁ ସମ୍ଭବ ବନାଇବ ଏବଂ ଉତ୍ତର ପୂର୍ବ ଅଞ୍ଚଳର ଲୋକଙ୍କୁ ସହଜରେ ଦେଶର ଅନ୍ୟ ଭାଗଗୁଡ଼ିକୁ ଯାତ୍ରା କରିବାର ସୁବିଧା ଯୋଗାଇବ ।’’