ବୌଦ୍ଧଜିଲ୍ଲାରେ ମନମୁଣ୍ଡା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଏହି ଶିବିରରେ ମହିଳା ଓ ପୁରୁଷ ମିଶି ରକ୍ତଦାନ କରିଥିଲେ…..

ବୌଦ୍ଧ : ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଥାନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ମିଳିଥିବା ସୂଚନା ଅନୁଯାୟୀ ଆଜି ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ଙ୍କ ତତ୍ତ୍ୱାବଧାନରେ ଏକ ରକ୍ତ ଦାନ ଶିବିର ମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ରକ୍ତ ଦାନ ଶିବିର ରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟୀ ମିନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ।

ଏହି ଶିବିରରେ ମହିଳା ଓ ପୁରୁଷ ମିଶି ରକ୍ତଦାନ କରିଥିଲେ । ଉକ୍ତ ଶିବିରରେ ସମୁଦାୟ ମୋଟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ମନମୁଣ୍ଡା ହସ୍ପିଟାଲ ର ଡାକ୍ତର ଓ ନର୍ସ ଏହି ଶିବିରରେ ସହଯୋଗ କରିଥିଲେ। ପୋଲିସ ପକ୍ଷରୁ ଏପରି ଜନହିତକାରି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଲିସ ବିଭାଗ ପ୍ରତି ଭୂରି ଭୂରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।