H3N2 ଭାଇରସ୍‌ ନେଲା ଆଉ ଏକ ମୁଣ୍ଡ

 ଏନ୍‌ଫ୍ଲୁଏଞ୍ଜା A H3N2 ଭାଇରସରେ ଆକ୍ରାନ୍ତ ହୋଇ ଆଉ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାତରରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୪ ଜଣ ପ୍ରାଣ ହରାଇ ସାରିଲେଣି।  ମହାରାଷ୍ଟ୍ରରେ ଏଚ୍‌୩ଏନ୍‌୨ ଭାଇରସ୍ ଯୋଗୁ ପ୍ରଥମ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ନାଗପୁରରେ ମଙ୍ଗଳବାର ଜଣେ ୭୮ ବର୍ଷୀୟ ବ୍ୟକ୍ତିଙ୍କ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ଏହି ଭାଇରାଲ ଇନ୍‌ଫେକ୍‌ସନ୍‌ରୁ ହୋଇଥିବା ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ି ଯାଇଛି।