ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ୧୦ ଦଫା ନେଇ ଆନ୍ଦୋଳନ

ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ୧୦ ଦଫା ନେଇ ଆନ୍ଦୋଳନ କରାଯାଇଛି। ରାଜ୍ୟ ନେତୃବୃନ୍ଦଙ୍କ ଆହ୍ୱାନରେ ବିଲେଇପଦା ଡ୍ରାଇଭର ସଂଘ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ ଡ୍ରାଇଭରମାନେ ସହରର ବିଲେଇପଦା ଛକ ୫୨୦ନମ୍ବର ଜାତୀୟ ରାଜପଥ,ଭଦ୍ରାସାହି,ଯୋଡ଼ା,ବଡ଼ବିଲ, ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପିକେଟିଂ କରିଛନ୍ତି।ଫଳରେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ରହିଛି। କାଁଭାଁ କେଵଳ ସ୍କୁଲ ବସ୍ ଏବଂ ଆମ୍ବୁଲାନ୍ସ ଆଦି ଜରୁରୀ ଗାଡ଼ି ରାସ୍ତାରେ ଦୃଶ୍ୟମାନ ହେଉଛି। ନ୍ୟାୟୋଚିତ ଦାବିଗୁଡିକ ସରକାର ତୁରନ୍ତ ପୂରଣ କରିବ ପ୍ରମୁଖ ବହୁ ସଂଖ୍ୟାରେ ଡ୍ରାଇଭର ନିଜ ଯାନବାହାନ ଛାଡି ଆନ୍ଦୋଳନରେ ସାମିଲ ହୋଇଛନ୍ତି।ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।