ସୁସ୍ଥ ଶରୀର – ସୁଷମ ଖାଦ୍ୟ – ଖେଳ କସରତ.. ସୁସ୍ଥ ଶରୀରକୁ ସୁସ୍ଥ ମନର ଚାବିକାଠି ବୋଲି କୁହାଯାଇଛି । ଆଉ ଶରୀରକୁ ସୁସ୍ଥ ରଖିବାକୁ ହେଲେ ସୁଷମ ଖାଦ୍ୟ ସାଙ୍ଗକୁ ଖେଳ କସରତର ଏକ ବଡ଼ ଆବଶ୍ୟକତା ରହିଛି। ତେଣୁ ପ୍ରଥମେ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ଚେସ୍, ସୁଡୋକୁ ଓ ପଜଲ୍୍ ଇତ୍ୟାଦି କେତେକ ଖେଳ ରହିଛି, ଯାହାକି ଆପଣଙ୍କ ଏକାଗ୍ରତା ଶକ୍ତି ବଢ଼ାଇଥାଏ। ସ୍ମାର୍ଟଫୋନ୍ ଜରିଆରେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଏହି ଖେଳ ଖେଳି ଏକାଗ୍ରତା ବଢ଼ାଇପାରିବେ। ଫଳରେ ସ୍ମରଣଶକ୍ତିର ବୃଦ୍ଧି ଘଟିବ। ସେହିପରି ଶାରୀରିକ ବ୍ୟାୟାମ ତଥା ସୁଷମ ଖାଦ୍ୟ ଖାଆନ୍ତୁ। ଏରୋବିକ୍ ବ୍ୟାୟାମ ଯେପରିକି ଜମ୍ପ୍ ଜ୍ୟାକ୍ ଆଦି ଦ୍ୱାରା ମସ୍ତିଷ୍କରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଥାଏ। ସ୍ମରଣ ଶକ୍ତି ଉପରେ ଏହାର ସୁପ୍ରଭାବ ପଡ଼ିଥାଏ। ତେଣୁ ଶରୀର ସୁସ୍ଥ ରହିଲେ ମନ ମଧ୍ୟ ଭଲ ରହେ ତେଣୁ ପ୍ରଥମେ ସ୍ୱାସ୍ଥ୍ୟ ଭଲ ରଖିବା ଉଚିତ ।
Next Post