‘ଠିପିଏ ମଦ ଶରୀର ପାଇଁ ଟନିକ ଭଳି’

ଚାରିଠିପି ପିଇଲେ ୨୪ ଘଂଟା ଶୋଇବ

ସ୍ପେନ୍‌ ମାନସିକ ବିଶେଷଜ୍ଞ ସାରାହ ବସ୍‌ କହନ୍ତି…

ସ୍ପେନ୍‌ ମାନସିକ ବିଶେଷଜ୍ଞ ସାରାହ ବସ୍‌ କହନ୍ତି, ମଦ ସେବନ ପରେ କିଛି ଲୋକ ମାନସିକ ଭାରାକ୍ରାନ୍ତରୁ ମୁକ୍ତ ଅବା ହାଲୁକା ଅନୁଭବ କରନ୍ତି ତ କିଛି ଲୋକ ଅଧିକ ଉତ୍ସାହ ଅନୁଭବ କରନ୍ତି । ମସ୍ତିଷ୍କର ସିଗନାଲିଂ ସିଷ୍ଟମ୍‌ ଅନୁସାରେ ମଦୁଆଟିଏ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ଆଲକୋହଲ ନ୍ୟୁରୋଟ୍ରାନ୍ସମିଟର୍ସ ସହିତ ମିଶିଯିବା ଫଳରେ ମସ୍ତିଷ୍କ ତଡିତ୍‌ ବେଗରେ ନିର୍ଦ୍ଦେଶ ଦେବା ବନ୍ଦ କରିଦିଏ । ମଦୁଆଟିର ଆଚରଣ ଓ ଉଚ୍ଚାରଣ ସଂପୂର୍ଣ୍ଣ ବଦଳିଯାଏ ।

କେବେ କ୍ୱଚିତ୍‌ ଟିକିଏ ମଦ ପିଉଥିବା ଲୋକମାନଙ୍କର କୋମଳ ତ୍ୱଚା ଶୁଷ୍କ ପଡ଼ିଯାଏ । ଆଖିର ତଳପାଖ ଓ ଗାଲ ଲୋଚାକୋଚା ହୋଇଯାଏ । କିଛିଲୋକ ବାନ୍ତି କରିଥାନ୍ତି । କିଛି ଲୋକ ବାରମ୍ବାର ପରିସ୍ରା କରନ୍ତି । କିଛି ଲୋକଙ୍କର ରକ୍ତଚାପ ବଢ଼ିଯାଏ । କିଛି ଲୋକଙ୍କ ଭଲଭାବରେ ଦେଖି ପାରନ୍ତିନି । ଜମାରୁ ମଦ ପିଉ ନଥିବା ଲୋକଟିଏ ଅକାଳେ ସକାଳେ ଚାରିଠିପି ମଦ ପିଇ ୨୪ ଘଂଟା ପାଇଁ ଶୋଇପଡନ୍ତି ।

କିଛି ଲୋକଙ୍କ ମୁଣ୍ଡବିନ୍ଧା ହୁଏ । କିଛି ଲୋକ ହାଲିଆ ଅନୁଭବ କରନ୍ତି । କିଛି ଲୋକ ଧୈର୍ଯ୍ୟହରା ଅନୁଭବ କରନ୍ତି । କିଡ୍‌ନୀକୁ ସନ୍ତୁଳନ ରଖୁଥିବା ହର୍ମୋନ୍‌ ପରିମାଣ କମିଯାଏ ।

ଅଧିକ ମଦ ସେବନ କରିବା ଫଳରେ ଜଣେ ମଦ୍ୟପ ମାନସିକ ଓ ଶାରୀରିକ ଭାବେ ରୋଗାକ୍ରାନ୍ତ ହୁଅନ୍ତି । ମସ୍ତିଷ୍କ ଉପରେ ମଦର ଅଧିକ ପ୍ରଭାବ ପଡ଼ିଥାଏ । ଶରୀରରୁ କ୍ଷରିତ ହେଉଥିବା ଅଧିକାଂଶ ହର୍ମୋନ୍‌ ନକାରାତ୍ମକ ପ୍ରଭାବ ପକାଇଥାଏ ।