ନବୀନବାବୁ ଦିନକୁ ୮ ପେଗ୍‌ ମଦ ପିଅନ୍ତି!

ସାମାନ୍ୟ ମଦ ମଣିଷ ଶରୀର ପାଇଁ ଔଷଧ ଭଳି….

ଭୁବନେଶ୍ୱର: ‘ସାମାନ୍ୟ ମଦ ମଣିଷ ଶରୀର ପାଇଁ ଔଷଧ ଭଳି କାମ କରିଥାଏ । ମାନସିକ ଚାପରୁ ଅବ୍ୟାହତି, ହାତଗୋଡ଼ ଘୋଳାବିନ୍ଧାରୁ ମୁକ୍ତି, ଭାରାକ୍ରାନ୍ତ ମସ୍ତିଷ୍କ ଟିକେ ଅଳସ ଭାଙ୍ଗିପାରିବ । ଖାସ୍‌ ସେଇଥିପାଇଁ ମଣିଷ ସମାଜ ହଜାର ହଜାର ବର୍ଷ ଧରି ମଦ ଉତ୍ପାଦନ ଓ ବେପାରକୁ ପ୍ରୋତ୍ସାହନ ଦେଇଆସୁଛି ।’ ୨୦୧୩ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରକାଶିତ ‘ଆଲକୋହଲ: ସାଇନ୍ସ, ପଲିସୀ ଆଣ୍ଡ୍‌ ପବ୍ଲିକ୍‌ ହେଲ୍‌ଥ’ରୁ ଏହି ତଥ୍ୟ ଜାଣିବାକୁ ପାଇଲୁ । ବାରମ୍ବାର ଲଗାତାର ଅଧିକରୁ ଅଧିକ ପରିମାଣର ମଦ ପିଇବା ଫଳରେ ଆମେ ମାନସିକ ଓ ଶାରୀରିକ ସ୍ତରରେ ରୋଗାକ୍ରାନ୍ତ ହୋଇଥାଉ । ଆମେରିକାର ସେଂଟର ଫର୍‌ ଡିଜିଜ୍‌ କଂଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ (ସିଡିସି) ମତରେ ଆମେରିକାରେ ଜଣେ ପୁରୁଷ ଦିନକୁ ଦୁଇଥର ଓ ମହିଳା ଥରୁଟିଏ ଡ୍ରିଙ୍କ୍‌ କରିଥାନ୍ତି । ଗୋଟିଏ ଡ୍ରିଙ୍କ୍‌ ମାନେ ୧୪ ଗ୍ରାମ ଶୁଦ୍ଧ ଆଲକୋହଲ୍‌ । ବିଅର ବୋତଲରେ ତା’ର ପରିମାଣ ୫% । ମଦର ଛୋଟ ଗିଲାସଟିରେ ତା’ର ପରିମାଣ ୧୨% ଓ ଡିଷ୍ଟିଲ ସ୍ପିରିଟ୍‌ରେ ୪୦% । ମାତାଲ କାହାକୁ କହନ୍ତି? ସିଡିସି ମତରେ ଯଦି ଜଣେ ମହିଳା ସପ୍ତାହକୁ ୮ ବା ତା’ଠାରୁ ଅଧିକ ଡ୍ରିଙ୍କ କରନ୍ତି ଓ ପୁରୁଷ ୧୫ରୁ ଅଧିକ ପରିମାଣର ଡ୍ରିଙ୍କ୍‌ କରନ୍ତି । ତେବେ ତାଙ୍କୁ ମାତାଲ ପଦବାଚ୍ୟ କରାଯିବ ।

ବିଂଜ ଡ୍ରିଙ୍କିଙ୍ଗ୍‌ ସଂପୂର୍ଣ୍ଣ ଅଲଗା । କୌଣସି ବିଶେଷ ସମୟରେ କିଛି ପୁରୁଷ ଓ ମହିଳା ନାକେ ପର୍ଯ୍ୟନ୍ତ ମଦ ପିଇଥାନ୍ତି; ସେଭଳି ଶ୍ରେଣୀର ପୁରୁଷ ଓ ମହିଳାଙ୍କୁ ମାତାଲ କହିବା ଯୁକ୍ତିସଙ୍ଗତ । ବିଶେଷଜ୍ଞଙ୍କ ମତରେ ପୁରୁଷ ବିଂଜ ଡ୍ରିଙ୍କର ଏକାଥରକେ ୫ ବା ତା’ଠାରୁ ଅଧିକ ପେଗ ମଦ ପିଅନ୍ତି । ମହିଳା ବିଂଜ ଡ୍ରିଙ୍କର ଏକାଥରକେ ୪ ବା ତା’ଠାରୁ ଅଧିକ ପେଗ୍‌ ମଦ ପିଅନ୍ତି ।

ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୈନିକ ୮ ପେଗ୍‌ ମଦ ପିଅନ୍ତି । ନୂଆଦିଲ୍ଲୀ ରହଣି ସମୟରେ ଦିନକୁ ୧୨ରୁ ଅଧିକ ପେଗ୍‌ ପିଉଥିଲେ । ବଳ କମିବା ଓ ବୟସ ଅଧିକ ହେଉଥିବାରୁ ଦୈନିକ ପେଗ୍‌ ପରିମାଣ ଟିକେ କମିଯାଇଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କର ପେଗ୍‌ ପରିମାଣ କମିଛି । ରାଜନୀତିରେ ପାଦ ଦେବା ପୂର୍ବରୁ ସେ ମୁକ୍ତ ଆକାଶର ବିହଙ୍ଗ ଥିଲେ । ନୂଆଦିଲ୍ଲୀ ବାରରେ ମଦ ପିଇ ଟଳମଳ ଅବସ୍ଥାରେ ଘରକୁ ଫେରୁଥିଲେ । ଏହି ବିଷୟ ତାଙ୍କର ଡୁନ୍‌ ବନ୍ଧୁ ସର୍ଦ୍ଦାର ଜସବନ୍ତ କହିଛନ୍ତି । ଜସବନ୍ତ ଦିଲ୍ଲୀରେ ଏକ ହାର୍ଡୱେୟାର ଦୋକାନର ମାଲିକ । ଏବେ ନବୀନବାବୁ ମଦ ପିଉଛନ୍ତି କି ନା’, ସେ ବିଷୟରେ ଜସବନ୍ତ କିଛି ଜାଣନ୍ତି ନାହିଁ । ମାତ୍ର ବୟସ ଦୃଷ୍ଟିରୁ ୮ ପେଗ୍‌ ପିଉଥିବା ପୂର୍ବାନୁମାନ କରିଛନ୍ତି ।