ଚମକପ୍ରଦ ଚେହେରା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ…

ଦାଗଶୂନ୍ୟ ଓ ଚମକପ୍ରଦ ଚେହେରା କାହାକୁ ବା ପସନ୍ଦ ନୁହେଁ? ମାତ୍ର ସମସ୍ତଙ୍କର ଏ ଇଚ୍ଛା ପୂରା ହୁଏ ନାହିଁ। କେବେ ସନ୍‌ ଟ୍ୟାନ୍‌ ତ କେବେ ବ୍ରଣ କାରଣରୁ ମୁହଁରେ କଳା ଦାଗ ହୋଇଥାଏ। ଆପଣଙ୍କ ମୁହଁରେ କଳାଦାଗ ଅଛି କି? କେତୋଟି ଘରୋଇ ଉପଚାର ଦ୍ୱାରା ଆପଣ ପାଇପାରିବେ ଦାଗଶୂନ୍ୟ ଚେହେରା।

ଆଜିକାଲି ବ୍ୟସ୍ତବହୁଳ ଜୀବନ ହେତୁ ଠିକ୍‌ ଭାବେ ନା ଶରୀରର ଯତ୍ନ ନେଇ ହେଉଛି ନା ତ୍ୱଚାର। ରାତିରେ ଫେସ୍‌ଓ୍ଵାସ୍‌ କରିବା ପରେ ସାମାନ୍ୟ ମହୁରେ ଟିକେ ଗୋଲାପ ଜଳ ମିଶାଇ ମୁହଁରେ ମାଲସ କରନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ। ସପ୍ତାହକୁ ଥରେ ଗରମ ପାଣି ବାମ୍ଫ ମୁହଁରେ ଦେବା ପରେ ମସ୍‌ଚୁରାଇଜର୍‌ ନିଶ୍ଚୟ ବ୍ୟବହାର କରନ୍ତୁ।