‘ହେରା ଫେରି ୩’ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି

ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା…

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ସଞ୍ଜୟ ଦତ୍ତ ଏବେ ଏକାଧିକ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ରେ ନଜର ଆସିବେ ସଞ୍ଜୟ। ଏହାପରେ ଶୁଣିବାକୁ ମିଳୁଛି ‘ହେରା ଫେରି ୩’ରେ ମଧ୍ୟ ତାଙ୍କର ଏଣ୍ଟ୍ରି ହୋଇଛି। ଏନେଇ ଅଭିନେତା ନିଜେ ସ୍ପଷ୍ଟ କରିଛନ୍ତି।

ସଞ୍ଜୟ ଦତ୍ତ ସ୍ପଷ୍ଟ କରିଛନ୍ତି ଯେ, ସେ ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀ ଅଭିନୀତ ଚଳଚ୍ଚିତ୍ର ‘ହେରା ଫେରି ୩’ରେ ନଜର ଆସିବେ। ସେ ତାଙ୍କ ଚରିତ୍ର ବିଷୟରେ ସବିଶେଷ ତଥ୍ୟ ଶେୟାର କରିଛନ୍ତି। ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ, ସେ ‘ହେରା ଫେରି ୩’ ଚଳଚ୍ଚିତ୍ରରେ ଜଣେ ଅନ୍ଧ ଡନ୍ ଭୂମିକାରେ ଅଭିନୟ କରୁଛନ୍ତି କି? ଏହାର ଉତ୍ତରରେ ସଞ୍ଜୁ କହିଛନ୍ତି, ‘ହଁ’।