ରାଜ୍ୟରେ ପେଟ୍ରୋଲ ବିତରଣ ସ୍ବାଭାବିକ ହେବାକୁ ୨ରୁ ୩ ଦିନ ଲାଗିବ: ସଞ୍ଜୟ ଲାଠ

ଭୁବନେଶ୍ୱର: ରାଜଧାନୀରେ ଗୋଟିଏ ଦିନରେ ରେକର୍ଡ ପରିମାଣର ପେଟ୍ରୋଲ ବିକ୍ରି ହୋଇଥିବା ଜଣାଯାଇଛି। ସାଧାରଣ ଦିନ ଅପେକ୍ଷା ଭୁବନେଶ୍ବରରେ ଅଢେଇ ଗୁଣା ଅଧିକ ବିକ୍ରି ହେଇଛି ପେଟ୍ରୋଲ। ଭୁବନେଶ୍ବରରେ ପ୍ରାୟ ଗୋଟିଏ ଦିନରେ ୩ ଲକ୍ଷ ୩୦ହଜାର ଲିଟର ପେଟ୍ରୋଲ ବିକ୍ରି ହୁଏ, ହେଲେ ଗତକାଲି ପ୍ରାୟ ୮ ଲକ୍ଷ ୨୫ ହଜାର ଲିଟର ପେଟ୍ରୋଲ ବିକ୍ରି ହେଇଛି। ଅବଶ୍ୟ ଡିଜେଲ ବିକ୍ରିରେ ବିଶେଷ କିଛି ପାର୍ଥକ୍ୟ ନାହିଁ, କାରଣ ଗାଡ଼ିଗୁଡ଼ିକ ବନ୍ଦ ରହିଛି।

ଆଶା କରାଯାଉଛି ଭୁବନେଶ୍ୱରରେ ମଧ୍ୟାହ୍ନ ସୁଦ୍ଧା ଯେତିକି ଇଣ୍ଡିଆନ ଅଏଲର ପମ୍ପ ଅଛି, ସେଠି ଗାଡ଼ି ପହଞ୍ଚିଯିବ ଏବଂ ସନ୍ଧ୍ୟା ସୁଦ୍ଧା ଭାରତ ପେଟ୍ରୋଲ ପମ୍ପରେ ବି ଗାଡ଼ି ପହଞ୍ଚିଯିବ ପାରାଦୀପରୁ ବାହାରି ସାରିଛି। କିନ୍ତୁ ରାଜ୍ୟରେ ଏବେ ବି ସ୍ଥିତି ଠିକ୍ ହେଇ ନାହିଁ। ସଞ୍ଜୟ ଲାଠ ଆହୁରି କହିଛନ୍ତି, ରାଜ୍ୟରେ ତେଲ ବିତରଣ ସ୍ବାଭାବିକ ହେବାକୁ ୨ରୁ ୩ ଦିନ ଲାଗିବ।  ଏନେଇ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।