ପ୍ରଥମ ଦିନିକିଆ: ଟସ୍‌ ଜିତି ବୋଲିଙ୍ଗ୍‌ କରୁଛି ଭାରତ

ମୁମ୍ବାଇ: ଆଜି ମୁମ୍ବାଇସ୍ଥିତ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ଭାରତ ପ୍ରଥମେ ବୋଲିଙ୍ଗ୍‌ କରୁଛି। ସଦ୍ୟତମ ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ୨.୧ ଓଭର୍‌ ଖେଳି ୧ ୱିକେଟ୍‌ ବିନିମୟରେ ୭ ରନ୍‌ ସଂଗ୍ରହ କରିଛି।ଟ୍ରେଭିସ୍‌ ହେଡ୍‌ ଆଉଟ୍‌ ହୋଇଯିବା ପରେ ତାଙ୍କ ସ୍ଥାନରେ ଆସିଛନ୍ତି ଷ୍ଟିଭେନ୍‌ ସ୍ମିଥ୍‌। ଟସ୍‌ ଜିଣିବା ପରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ବ୍ୟାଟିଙ୍ଗ୍‌ କରିବା ଲାଗି ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିଥିଲେ।