Horoscope in Odia: ଏପ୍ରିଲ ମାସ ୨୦ ତାରିଖ ରାଶିଫଳ
ଜ୍ୟୋତିଷଙ୍କ ଗଣନା ମୁତାବକ ମେଷ ମାସ ସପ୍ତମୀ ତିଥି ।
ସାକ୍ସୀ ନ୍ୟୁଜର ରାଶିଫଳ ଦୁନିଆକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆଚାର୍ଯ୍ୟ ଧର୍ମରାଜ । ଆଜି ହେଉଛି ଏପ୍ରିଲ ମାସ ୨୦ ତାରିଖ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଚୈତ୍ର ମାସ ୩୦ ତାରିଖ । ଜ୍ୟୋତିଷଙ୍କ ଗଣନା ମୁତାବକ ମେଷ ମାସ ସପ୍ତମୀ ତିଥି । ସପ୍ତମୀ ତିଥି ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଚନ୍ଦ୍ର ପୂର୍ବାଷାଢ଼ା ଧନୁ ରାଶିରେ ଅବସ୍ଥାନ କରିଛନ୍ତି । ଯୋଗିନୀ ବାୟୁ କୋଣରେ ଅଛନ୍ତି । ରାତି ୭ଟା ୨୨ ମିନିଟ୍ରେ ଯୋଗିନୀ ଐଶାନ୍ୟ କୋଣରେ ଅବସ୍ଥାନ କରିବେ । ମେଷରାଶି ପାଇଁ ଘାତବାର । ସିଂହରାଶି ପାଇଁ ଘାତଚନ୍ଦ୍ର । ଏହି ଦୁଇଟି ରାଶିର ଲୋକମାନେ ସତର୍କତାର ସହିତ ଯାନବାହନ ଚଲାଇବା ପାଇଁ ଅନୁରୋଧ କରୁଛି । ଅନ୍ୟ ରାଶିର ଲୋକମାନଙ୍କ ପାଇଁ ଦିନଟି ଶୁଭଦାୟକ ରହିବ ।
ମେଷ: ମେଷରାଶିର ଜନ୍ମିତ ପୁରୁଷ ଓ ମହିଳାଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଅଫିସରେ ଉପରିସ୍ଥ ଅଧିକାରୀ ଓ ଅଧୀନସ୍ଥ କର୍ମଚାରୀଙ୍କ ମଧ୍ୟରେ ତାଳମେଳ ରକ୍ଷା କରି କାମ କରିବାକୁ ପଡ଼ିବ । ବ୍ୟବସାୟୀଙ୍କୁ ଗରାଖଙ୍କ ପ୍ରତି ସଦାଚାର ରହିବାକୁ ପଡ଼ିବ । ପିଲାଙ୍କ ଉପରେ ରାଗିବା ଅନୁଚିତ । ଗୁରୁଜନଙ୍କ ପରାମର୍ଶକୁ ସଂପୂର୍ଣ୍ଣ ଏଡ଼ାଇ ଦିଅନ୍ତୁନି । ପତ୍ନୀଙ୍କ ସହିତ ଯୁକ୍ତିତର୍କ କରନ୍ତୁନି । ଏହି ରାଶିର ପିଲାମାନେ ପାଠରେ ମନ ଦିଅନ୍ତୁ । ଶୁଭଫଳ ପାଇବା ପାଇଁ ମା’ ଦୁର୍ଗାଙ୍କୁ ଆରାଧନା କରନ୍ତୁ ।
ବୃଷ: ବୃଷରାଶିର ଲୋକଙ୍କ ପାଇଁ ଦିନଟି ପ୍ରାୟତଃ ଶୁଭ ରହିବ । କର୍ମକ୍ଷେତ୍ରରେ ମାପିଚୁପି କଥା ନକହିଲେ ବିବାଦରେ ପଡ଼ିପାରନ୍ତି । ଭାଇଭଉଣୀଙ୍କ ସହିତ ବିବାଦ ସୃଷ୍ଟି ହୋଇପାରେ । ବ୍ୟବସାୟରେ ସାମାନ୍ୟ କ୍ଷତି ଆଶଙ୍କା କରାଯାଉଛି । ମହିଳାମାନେ ଚିନ୍ତାମଗ୍ନ ରହିପାରନ୍ତି । ପିଲାମାନେ ପଢ଼ା ପ୍ରତି ଉଦାସୀନ ରହିପାରନ୍ତି । ରକ୍ତଚାପର ଶିକାର ହୋଇପାରନ୍ତି । ଶୁଭଫଳ ପାଇବା ପାଇଁ ମା’ ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ ।
ମିଥୁନ: ପରିବାରରେ କୌଣସି ସଭ୍ୟଙ୍କ ସ୍ୱାସ୍ଥ୍ୟକୁ କେନ୍ଦ୍ର କରି ଚିନ୍ତାଗ୍ରସ୍ତ ରହିପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ ପାଇପାରନ୍ତି । କର୍ମକ୍ଷେତ୍ର ବଦଳାଇ ପାରନ୍ତି । ପଦୋନ୍ନତିର ଆଶା ରହିଛି । ମହିଳାମାନେ ଅଫିସ କାମରେ ବୁଡ଼ି ରହିପାରନ୍ତି । ପିଲାମାନେ ପଠନ ଲିଖନ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ଶୁଭଫଳ ପାଇବା ପାଇଁ ପ୍ରଭୁ ନାରାୟଣଙ୍କୁ ଆରାଧନା କରନ୍ତୁ ।
କର୍କଟ: ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ପରିବାରରେ କଳିଝଗଡ଼ାର ସମ୍ମୁଖୀନ ହୋଇପାରନ୍ତି । ବୁଝି ବିଚାରି କାମ କରନ୍ତୁ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ କରିପାରନ୍ତି । ମହିଳା ଓ ପିଲାମାନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ । ଶୁଭଫଳ ପାଇବା ପାଇଁ ମା’ ଗାୟତ୍ରୀଙ୍କୁ ଆରାଧନା କରନ୍ତୁ ।
ସିଂହ: ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ପାରିବାରିକ ଶାନ୍ତିରେ ବିଘ୍ନ ଘଟିପାରେ । କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହୋଇପାରେ । ପିଲାମାନେ ପାଠ ପ୍ରତି ଅନୁରକ୍ତ ପ୍ରକାଶ କରିବେ । ମହିଳାମାନେ ଚିନ୍ତିତ ରହିପାରନ୍ତି । ବ୍ୟବସାୟୀମାନେ ଋଣ କରିପାରନ୍ତି । ଶୁଭଫଳ ପାଇବା ପାଇଁ ସୂର୍ଯ୍ୟ ନାରାୟଣଙ୍କୁ ଆରାଧନା କରନ୍ତୁ ।
କନ୍ୟା: ଆର୍ଥିକ ଦୃଷ୍ଟିରୁ ଲାଭବାନ ରହିବେ । ବ୍ୟବସାୟରେ ଅଧିକ ଲାଭ ପାଇପାରନ୍ତି । କର୍ମକ୍ଷେତ୍ରରେ ପଦୋନ୍ନତି ଆଶା ରହିଛି । ଶାରିରୀକ ପୀଡ଼ା ଅନୁଭବ କରିପାରନ୍ତି । ମହିଳା ଓ ଛାତ୍ରଛାତ୍ରୀମାନେ ହସଖୁସିରେ ଦିନଟିକୁ ଅତିବାହିତ କରିବେ । ଶୁଭଫଳ ପାଇଁ ମା’ କମଳାଙ୍କୁ ଆରାଧନା କରନ୍ତୁ ।
ତୁଳା: ବ୍ୟବସାୟୀଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଶରୀର ପ୍ରତି ସାବଧାନ ରୁହନ୍ତୁ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିପାରନ୍ତି । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଯୋଜନାକୁ ଦୃଷ୍ଟିରେ ରଖି କାମ କରିବେ । ଶୁଭଫଳ ପାଇବା ପାଇଁ ମା’ ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ ।
ବିଛା: ପୈତୃକ ସଂପତିକୁ କେନ୍ଦ୍ର କରି ବିବାଦର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ମାପିଚୁପି କଥା କୁହନ୍ତୁ ନଚେତ୍ ସମ୍ମାନ ହାନି ଘଟିବାର ଆଶଙ୍କା ରହିଛି । ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ବଡ଼ ଡିଲ କରନ୍ତୁନି । ମହିଳାମାନେ ବଦନାମର ଶିକାର ହୋଇପାରନ୍ତି । ଅଶୁଭକୁ ଏଡ଼ାଇବା ପାଇଁ ହନୁମାନଙ୍କୁ ଆରାଧନା କରନ୍ତୁ ।
ଧନୁ: ଧନ ଆଗମନର ସମ୍ଭାବନା ରହିଛି । ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ସହକର୍ମୀମାନେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ମହିଳା ଓ ଛାତ୍ରଛାତ୍ରୀମାନେ ପରିଶ୍ରମ ମୁତାବକ ସୁଫଳ ପାଇବେ ।
ମକର: ଜମିବାଡ଼ି କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ପଦୋନ୍ନତି ଆଶା ରହିଛି । ଶାରିରୀକ ପୀଡ଼ାରୁ ମୁକ୍ତି ପାଇପାରନ୍ତି । ପରିବାରରେ ଶାନ୍ତି ବିରାଜମାନ କରିବ । ମହିଳାମାନେ ଆନନ୍ଦ ଭିତରେ ଦିନଟିକୁ କାଟିବେ । ଛାତ୍ରଛାତ୍ରୀମାନେ ପାଠରେ ମନ ଦେବେ । ଶୁଭଫଳ ପାଇବା ପାଇଁ ପ୍ରଭୁ ମହାଦେବଙ୍କୁ ଆରାଧନା କରନ୍ତୁ ।
କୁମ୍ଭ: ସତର୍କତାର ସହିତ ଗାଡ଼ି ଚଳାନ୍ତୁ, ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ବାଦ ବିବାଦ ସୃଷ୍ଟି ହୋଇପାରେ । ବ୍ୟବସାୟରେ କମ୍ ଲାଭ ପାଇବେ । ପରିବାରରେ ଅଶାନ୍ତି ଦେଖା ଦେଇପାରେ । ମାଲି ମକଦ୍ଦମାର ଶିକାର ହୋଇପାରନ୍ତି । ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅଶୁଭ । ଶୁଭଫଳ ପାଇଁ ହନୁମାନଙ୍କୁ ଆରାଧନା କରନ୍ତୁ ।
ମୀନ: ଶାରିରୀକ ପୀଡ଼ା ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ । ପରିବାରରେ ମନାନ୍ତର ଘଟିପାରେ । ବ୍ୟବସାୟରେ କ୍ଷତିର ଆଶଙ୍କା କରାଯାଉଛି । ମହିଳା ଓ ଛାତ୍ରଛାତ୍ରୀମାନେ ମନଲାଖି କାମ କରି ପ୍ରଶଂସିତ ହୋଇପାରନ୍ତି । ଶୁଭଫଳ ପାଇଁ ମା’ ଗାୟତ୍ରୀଙ୍କୁ ଆରାଧନା କରନ୍ତୁ ।
ନିୟମିତ ରାଶିଫଳ ଜାଣିବା ପାଇଁ ଲାଇକ୍ କରନ୍ତୁ। ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ କମେଂଟ ବକ୍ସରେ ଆପଣଙ୍କ ନାମ ଓ ମୋବାଇଲ୍ ନମ୍ବର ଲେଖନ୍ତୁ । ଆମ ଜ୍ୟୋତିର୍ବିଦ ଆପଣଙ୍କ ସହିତ ଯୋଗାଯୋଗ କରିବେ ।