ପରଲୋକରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସ୍ୱଚ୍ଛ, ନିରପେକ୍ଷ, ନିର୍ଭୀକ ଓ ନିଷ୍ଠାର ସହିତ ସାମ୍ବାଦିକତା କ୍ଷେତ୍ରରେ ସୁପରିଚିତ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଆଜି ପ୍ରତ୍ୟୁଷରେ ପରୋଲୋକ ଘଟିଛି। କିଛି ଧରି ଅସୁସ୍ଥ ଥିବା ଏବଂ ଭୁବନେଶ୍ବରର ଏକ ଘରୋଇ ହସପିଟାଲ ରେ ଚିକିତ୍ସିତ ହେଉଥିବା ବରିଷ୍ଠ ସାମ୍ବାଦିକ ମହାନ୍ତିଙ୍କ ଆଜି ପରଲୋକରେ।

ରତିକାନ୍ତ ମହାନ୍ତି ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ ୪ ଦଶନ୍ଧି ଧରି ସ୍ବଚ୍ଛ ,ନିରପେକ୍ଷ ଏବଂ ନିର୍ଭୀକତାର ସହ ସାମ୍ବାଦିକତା କରୁଥିଲେ ରତିକାନ୍ତ ମହାନ୍ତି। ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସାମ୍ବାଦିକ ରତିକାନ୍ତ ମହାନ୍ତି ଜଣେ ପରୋପକାରୀ,ସ୍ନେହୀ,ସରଳ ଜୀବନ ଯାପନ କରୁଥିବା ବ୍ୟକ୍ତି ଥିଲେ। ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା ସହ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ଭଗବାନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।