ରାଶିଫଳ ରବିବାର ତା ୧୧-୬-୨୦୨୩: ପୂର୍ବ ସ୍ଥିରୀକୃତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା

Horoscope Sunday 11-6-2023

ଭାରତୀୟ ସାଧାରଣ ସମୟ ଅନୁସାରେ ବୃଷ ଦ୪/୧୪/୦୦ ଇଂଘ ୫/୧୦/୩୭ ଗତେ ଉଦୟ। ବିଛା ଦ୪/୪୨/୦୦ ଇଂଘ ୬/୨୦/୫୧ ଗତେ ଅସ୍ତ । ଅଦ୍ଯ ବୃଷ ଦି୨୮ନ,ଅଷ୍ଟମୀ ଦ୧୮।୪୨ ଦିଘ୧୨।୪୦,ପୂର୍ବଭାଦ୍ର ଦ୨୬।୧୩ଦିଘ୩।୪୦,କୁମ୍ଭ ଚନ୍ଦ୍ର ଦ୧୧।୫୨ ଦିଘ୯।୫୫ । ଯୋଗିନୀ ଐଶାନ୍ୟେ । ଦିବା ଘ୧୨।୪୦ ଗତେ ପୂର୍ବେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୩।୪୦ ଗତେ ରେବତୀ ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା, ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ଦିବା ଘ୯।୫୩ ଗତେ ମୀନ ମେଷ ବୃଷ ମିଥୁନ କନ୍ୟା ତୁଳା ମକର ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୫ ଗତେ ଘ୧।୨୧ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୫ ଗତେ ଘ୨।୨୭ ମଧ୍ୟେ କାଳରାତ୍ରି । ମୃତେ ଦୂପାଦ ଦୋଷ । ଫଳଂ କୃଷି ଓ ସନ୍ତାନ ହାନି | ଭୂମି ଓ ତିଳକାଞ୍ଚନ ଦାନ । ଦିବା ଘ୩।୪୦ ଗତେ ପାଦ ଦୋଷ । ଫଳଂ କୃଷି ହାନି । ଭୂମି ଦାନ | ପ୍ରଥମ ରେଜୋଦର୍ଶନ ଦିବା ଘ୩।୪୦ ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ନବମୀର ପାର୍ବଣ ଶ୍ରାଦ୍ଧ । ନାରିକେଳ ଦିବା ଘ୧୨।୪୦ ଗତେ ଅଲାବୁ (ଲାଉ)ଭକ୍ଷଣ ନିଷେଧ । ଦିବା ଘ୯।୫୩ ଗତେ ଶରଣ ପଞ୍ଚକ ଦୋଷ । ତୃଣ କାଷ୍ଠ ଛେଦନ ନିଷେଧ । ଶରଣ ଶେଷ ।

(ଅମୃତ) – ଦିବା ଘ୬।୪୭ ଗତେ ଘ୯।୧୧ ମଧ୍ୟେ ଘ୧୧।୩୫ ଗତେ ଘ୨।୦ ମଧ୍ୟେ ରାତ୍ରି ଘ୭।୫୭ ମଧ୍ୟେ ଘ୧।୧୯ ଗତେ ଘ୧।୩୩ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୩।୩୬ ଗତେ ଘ୪।୨୪ ମଧ୍ୟେ ।

ମେଷ– କାର୍ଯ୍ୟଦକ୍ଷତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଓ ସଫଳତା ଅର୍ଜନ କରିବେ । କେତେକ ଅସହିଷ୍ଣୁ ମନୋଭାବର ପରଶ୍ରୀକାରତ ବନ୍ଧୁଙ୍କ ଅସମ୍ମାନଜନିତ କଥାରୁ କଳହ ହୋଇପାରେ ।

ବୃଷ– ପ୍ରତ୍ୟେକ କ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବି ଚିନ୍ତି କରିବା ଭଲ ହେବ । ପ୍ରସ୍ତୁତି ପଥରେ ଥିବା କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ।

ମିଥୁନ – ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିବ । କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ ।

କର୍କଟ– ଆଜି ଦିନଟି ସାମଗ୍ରିକ ଦୃଷ୍ଟି କୋଣରୁ ବିଶେଷ ଆନନ୍ଦ ପ୍ରଦାନ କରିବ । ଈର୍ଷାପରାୟଣ ବନ୍ଧୁମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ।

ସିଂହ– ଆଜି ଅନ୍ୟସନସ୍କତା କିମ୍ବା ଅସାବଧନତା ବଶତଃ ଧନ ହାନି ଯୋଗ ମଧ୍ୟ ରହିଛି । କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ ।

କନ୍ୟା– ଆଜି ଦିନଟିରେ ଯାହା ପାଇବେ ତାହା ଠାରୁ ଦୁଇଗୁଣ ଖର୍ଚ୍ଚ କରିବାକୁ ପଡିବ । ଆକସ୍ମିକ ଭାବରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ।

ତୁଳା– ପୂର୍ବପରିକଳ୍ପତ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ କୌଣସି ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।

ବିଛା– ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ । ଭୁଲ୍ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ।

ଧନୁ– ଯେତିକି ପାଉଛନ୍ତି, ସେତିକିରେ ସନ୍ତୁଷ୍ଟ ରହିବା ଭଲ ହେବ କାରଣ ଅଧିକ ଆଶା କରି କିଛି ଲାଭ ହେବନି।

ମକର – କର୍ମକ୍ଷେତ୍ରରେ କେତେକ ଅବହେଳିତ କାମ ସକାଶେ ଚିନ୍ତା କରିପାରନ୍ତି । ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇପାରିବ ନାହିଁ ।

କୁମ୍ଭ– ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ, ତଥାପି ସମସ୍ୟା ଅତି ସହଜରେ ସାମାଧାନ ହୋଇଯିବ । ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି।

ମୀନ– ପରିଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ସଫଳତା ଆଣି ଦେବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି, ଯାହା କି ଆପଣଙ୍କ ପାଇଁ ମହଙ୍ଗା ପଡିପାରେ।