ଆଲୋଭେରା ଜୁସ୍ ପିଇଲେ ମିଳେ ଏହି ସବୁ ଫାଇଦା ଜାଣନ୍ତୁ…

ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ । ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି।

ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।