ରାଶିଫଳ ବୁଧବାର: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଫାଇଦା

ରାଶିଫଳ ବୁଧବାର ଏହି ବ୍ୟକ୍ତିଙ୍କୁ ମିଳିବ ଫାଇଦା …

ମେଷ: ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ । ନିକଟ ସମ୍ପର୍କୀୟଙ୍କୁ ଭୁଲ୍ ପରାମର୍ଶ ଦେଇ ସମାଲୋଚିତ ହେବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ କାମ ହାସଲ କରିବେ । ବନ୍ଧୁଙ୍କ ପରାମର୍ଶରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌-ବୁଦ୍ଧ ହୋଇପାରନ୍ତି ।

ବୃଷ : ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ପରିବାରରେ ମତାନ୍ତର, ସମ୍ମାନ ହାନି, ମନ ଚାପଗ୍ରସ୍ତ ରହିବ। ମହିଳାମାନେ ଅପମାନ, ଅପଯଶ ପାଇବେ।

ମିଥୁନ : ଆୟ ଯାହା ହେବତା’ ଠାରୁ ଅଧିକ ବଦଖର୍ଚ୍ଚ ହେବ। କର୍ମରେ ବିଫଳତା ଓ ବାଧାବିଘ୍ନ ଦେଖା ଦେବ। ଚାଲିଚଳନ ବ୍ୟବହାର ବିବାଦୀୟ ହେବ ଏବଂ ମନରେ ବିରକ୍ତିଭାବ, ଚିଡ଼ିଚିଡ଼ା ପଣ ଓ ଅସ୍ଥିରତା ପ୍ରକାଶ ପାଇବ। ଉଚିତ୍‌କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମ ପ୍ରତି ଆଗ୍ରହୀ ହେବେ।

କର୍କଟ : ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ। ଚାଲିଚଳନ, ବ୍ୟବହାର ମାର୍ଜିତ ଏବଂ ସର୍ବଜନ ଆଦୃତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ। ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସୁଫଳ ପାଇବେ। ପରିବାର ସହିତ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ ।

ସିଂହ : ବ୍ୟବସାୟ ମାନ୍ଦା ରହିବ। କ୍ରୀଡ଼ାବିତ୍‌ କର୍ମରୁ ଦୂରେଇ ଯିବେ। ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ନିଜ କୃତ କର୍ମର ପଶ୍ଚାତାପ କରିବେ। ବିନାକାରଣରେ ଆଜି ବହୁତ ବ୍ୟସ୍ତ ରହିବେ ।

କନ୍ୟା : ମହିଳାମାନେ ଅତିଥି ସେବାରେ ବ୍ରତୀ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। ଏହାପରେ ପଞ୍ଚମ ଚନ୍ଦ୍ର ହେତୁ ସ୍ଥିତି ସାମାନ୍ୟ ବିଗିଡ଼ି ଯାଇପାରେ ଏବଂ କିଛି ଅଶୁଭ ଫଳ ମିଳିପାରେ। ଯେଉଁମାନଙ୍କର ହସ୍ତା ଓ ଚିତ୍ରାକନ୍ୟା ସେମାନେ ସୁଫଳ ପାଇବେ।

ତୁଳା : ଆର୍ଥିକ ସ୍ଥିତିରେ ଉନ୍ନତି ଏବଂ ଉଚ୍ଚାଭିଳାଷୀ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି, ପରିବାରରେ ଅଶାନ୍ତି ଏବଂ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ। ଏହାପରେ ଚତୁର୍ଥ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ । ମହିଳାମାନେ ଗୁରୁଜନଙ୍କ ସେବାରେ ବ୍ରତୀ ହେବେ।

ବିଛା :ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ, ଆର୍ଥିକ ଠକାମି ଓ ଚୋରି ଭୟର ଆଶଙ୍କା ରହିଛି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଆଳସ୍ୟତାଭାବ ଦେଖା ଦେବ। ଧନ କ୍ଷତି, ମାନସିକ ଦୁଶ୍ଚିନ୍ତା, ମହିଳାମାନେ ବଦଖର୍ଚ୍ଚି ହେବେ।

ଧନୁ : କର୍ମରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ମିଳିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସୁନାମ ଅର୍ଜନ କରିବେ। ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ସୁସମ୍ବାଦ ପାଇବେ। ଆମୋଦ ପ୍ରମୋଦ ଓ ମଉଜମଜଲିସ୍‌ରେ ଅଧିକ ସମୟ ଦେବେ ଏବଂ ଶରୀର ସୁସ୍ଥ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ।

ମକର : ମନରୁ କୁଚିନ୍ତା, କୁଭାବନା ଲୋପ ପାଇବ ଏବଂ ସତ୍‌ଭାବନା, ସତ୍‌ଚିନ୍ତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ଓ ବ୍ୟୟ କମ୍‌ ରହିବ । କର୍ମରେ ସଫଳତା ଏବଂ ସମସ୍ତକର୍ମରେ ନିଜର ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟିର ଛାପ ପ୍ରକାଶ ପାଇବ। ସମସ୍ତ କର୍ମରୁ ଖର୍ଚ୍ଚକାଟ୍‌ର ବ୍ୟବସ୍ଥା କରିବେ ।

କୁମ୍ଭ : କର୍ମ ଓ ଆୟରେ ବିପର୍ଯ୍ୟୟ ଦେଖା ଦେବ ଏବଂ ସମସ୍ତ କର୍ମରେ ବାଧାବିଘ୍ନ ପହଞ୍ଚିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। ଯେଉଁମାନଙ୍କର ଧନିଷ୍ଠାକୁମ୍ଭ ସେମାନେ ସତର୍କ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରୁ ବିଚ୍ୟୁତ ହେବେ। ଘାତଚନ୍ଦ୍ର ହେତୁ ଆର୍ଥିକ କ୍ଷତି ଓ ଆର୍ଥିକ ଠକାମିରେ ପଡ଼ିପାରନ୍ତି।

ମୀନ : କର୍ମ ପ୍ରତି ଏକାଗ୍ରତା, ଉନ୍ନତି ଓ ଆନ୍ତରିକତା ଅଧିକ ରହିବ । ଯେଉଁମାନଙ୍କର ଉତ୍ତର ଭାଦ୍ରମୀନ ସେମାନେ ଅଧିକ ସୁଫଳ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସମସ୍ତ କର୍ମରେ ସଫଳତା ଆପଣଙ୍କର ପଶ୍ଚାତଧାବନ କରିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଯଶସ୍ୱୀ ହେବେ। ମହିଳାମାନେ କର୍ମତତ୍ପର ହେବେ। ଭାଗ୍ୟ ଅପେକ୍ଷା କର୍ମକୁ ଅଧିକ ପ୍ରାଧାନ୍ୟ ଦେବେ।