ରାତିରେ ନିଦ ନ ହେବର କାରଣ, ଆପଣାନ୍ତୁ ଏହି ନିୟମ

ରାତିରେ ଅନେକ ଲୋକଙ୍କର ସମସ୍ୟା…

ରାତିରେ ଅନେକ ଲୋକଙ୍କର ସମସ୍ୟା ଏମିତିକି ଶୋଇବା ସମୟରେ ଅଜବ ଧରଣର ସ୍ବପ୍ନ ଦେଖିଥାନ୍ତି । ଦିନ ସାରା ଚିଡଚିଡା ଲାଗେ , ଯାହା ଦ୍ବାରା କୌଣସି କାର୍ଯ୍ୟ ମଧ୍ୟ ଠିକ୍‌ ଭାବରେ କରନ୍ତି ନାହିଁ । ଏହା ପୁରା ଦିନଟା ନଷ୍ଟ ହୋଇଯାଇଥାଏ । ଧ୍ୟାନ ରଖନ୍ତୁ ଯେ, ଶୟନ କକ୍ଷ ଉପରେ ଯେପରି କୌଣସି ଜଳ ସ୍ରୋତ ନ ରୁହେ । ଏହା ଦ୍ବାରା ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ ।

କିଛି ଲୋକ ଶୟନ କକ୍ଷରେ ବୈଦ୍ୟୁତିକ ଜିନିଷ ଯଥା ଟିଭି ଓ କ୍ୟମ୍ପୁଟର ରଖିଥାଆନ୍ତି । ଏହାକୁ ବାସ୍ତୁଦୋଷ ବୋଲି କୁହାଯାଏ । ଭୁଲରେ ବି ଏହି ଜିନିଷକୁ ଶୟନ କକ୍ଷରେ ରଖନ୍ତୁ ନାହିଁ ।

ଶୟନ କକ୍ଷରେ ଖଟ କେଉଁ ଦିଗରେ ପକାଉଛନ୍ତି ସେପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ଖଟ ଭୁଲ୍‌ ଦିଗରେ ପଡିଥାଏ, ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ ।