ବାଦାମତେଲର ଲାଭ ଦାୟିକ ଗୁଣ ଜାଣନ୍ତୁ…..

ବାଦାମ ତେଲ ପ୍ରୟୋଗ କରିବା ଦ୍ବାରା…..

ଆଜିକାଲି ଖରାପ ଖାଦ୍ୟ-ପେୟ,ବଢ଼ୁଥିବା ତାପମାତ୍ରା,ପ୍ରଦୂଷଣ,ଧୂଳି,ମାଟି କାରଣରୁ ତ୍ବଚାର ପ୍ରାକୃତିକ ଚମକ ହଜିଯାଉଛି। ଏବଂ ତ୍ବଚାରେ ବିଭିନ୍ନ ପ୍ରକାରର ଦାଗ,କୁଞ୍ଚନ ଏବଂ ଡାର୍କ ସର୍କଲ ହୋଇଥାଏ। ଯାହା ଆମ ତ୍ବଚାର ସୈାନ୍ଦର୍ଯ୍ୟକୁ କମ୍ କରିଥାଏ। ଆପଣଙ୍କୁ ଏଥିପାଇଁ ଶୁଦ୍ଧ ବାଦାମ ତେଲ ବ୍ୟବହାର କରିବାକୁ ପଡ଼ିବ। ବାଦାମ ତେଲରେ ପ୍ରଚୁର ପରିମାଣରେ ଭିଟାମିନ୍-ଏ,ଭିଟାମିନ୍-ବି,ଭିଟାମିନ୍-ଇ ରହିଥାଏ।

ଯାହା ତ୍ବଚାର ପୋଷଣ ପାଇଁ ଅପରିହାର୍ଯ୍ୟ। ଏହା ତ୍ବଚାର ରଙ୍ଗକୁ ମଧ୍ୟ ଗୋରା କରିଥାଏ। ବାଦାମ ତେଲ ପ୍ରୟୋଗ କରିବା ଦ୍ବାରା ଆଖି ତଳେ ହୋଇଥିବା ଡାର୍କ ସର୍କଲ ଦୂର ହୋଇଥାଏ। ଏବଂ ତ୍ବଚାରେ ବ୍ରଣର ଦାଗ,ଚର୍ମ କୁଞ୍ଚନ ଭଲ ହୋଇଯାଇଥାଏ।ଏହି ତେଲକୁ ରାତିରେ ତ୍ବଚାରେ ଲଗାଇବା ଦ୍ବାରା ଆପଣଙ୍କ ତ୍ବଚାର ରଙ୍ଗ ଗୋରା ହୋଇଥାଏ ଏବଂ ସୁନ୍ଦର ହୋଇଥାଏ।