ରାଶିଫଳ ବୁଧବାର(୨୦ ସେପ୍ଟେମ୍ବର,୨୦୨୩ ନୂଆଖାଇ)

ମେଷ: ଆର୍ଥିକ ଦିଗରୁ ସୁବିଧା ପ୍ରାପ୍ତି । ଦାମ୍ପତ୍ୟ ସୁଖରେ ଆନନ୍ଦ ପ୍ରାପ୍ତି। ଶରୀର ସୁସ୍ଥ ରହିବ। ଧର୍ମୀୟ ବିଚାରରେ ଉଦାର ସ୍ବଭାବସମ୍ପନ୍ନ ହେବେ। ସତ୍ୟକୁ ସର୍ବୋଚ୍ଚ ଆସନ ଦେଇ ଆପଣ ସମାଜ ପାଇଁ ସ୍ବୟଂ ପ୍ରେରଣାର ଉତ୍ସ ହୋଇପାରନ୍ତି। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଳ୍ପ ସମୟ ଲାଗିବ।

ବୃଷ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଶରୀର ସୁସ୍ଥ ରହିବା । ବ୍ୟବସାୟରେ ଲାଭ ମିଳିବାରୁ ମନ ଖୁସି ରହିବ ଏବଂ ଭ୍ରମଣ ଯୋଗ ରହିଛି।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ । ମନ ସନ୍ତୁଷ୍ଟ ରହିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଭାତ୍ରୁ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ ।

କର୍କଟ: ବିଦ୍ୟାରେ ଉନ୍ନତି କରିବେ । ଧାର୍ଯ୍ୟ କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଯାତ୍ରାରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ଶରୀର ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଜରୁରୀ ।

ସିଂହ: ଶରୀର ସୁସ୍ଥ ରହିବ । ନୂତନ କର୍ମପ୍ରାପ୍ତି। କାମରେ ସଫଳତା ପାଇବେ। ସମସ୍ତଙ୍କର ପ୍ରିୟଭାଜନ ହେବେ। ଅଚାନକ ଭାବରେ ଧନ ଲାଭ ପ୍ରାପ୍ତି।

କନ୍ୟା: ଶିକ୍ଷା କ୍ଷେତ୍ରରେ ଉନ୍ନତି। ବ୍ୟବସାୟରେ ଆଶାତୀତ ଲାଭ। ଧାର୍ଯ୍ୟ କାର୍ଯ୍ୟ ହାସଲ କରିବେ। ବିପରୀତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଧର୍ଯ୍ୟ ରଖନ୍ତୁ, ସଫଳତା ପାଇବେ ।

ତୁଳା: ରାଜନୀତିରେ ଲୋକପ୍ରିୟତା ହାସଲ କରିବେ। ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ଦୂରଯାତ୍ରା କରିପାରନ୍ତି, ଯାହାକି ଶୁଭ ରହିବ। ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ।

ବିଚ୍ଛା: ମାନସିକ ଶାନ୍ତି ସହ ଶାରିରୀକ ସୁସ୍ଥତା ମିଳିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ।

ଧନୁ: ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣଛେଦ ପଡିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ସ୍ୱାସ୍ଥ୍ୟରେ ଉନ୍ନତି। ଶତୃମାନେ ଦୂର ହେବେ।

ମକର: କର୍ମକ୍ଷେତ୍ରରେ ସୁଫଳ, ସୁଖଶାନ୍ତି ବୃଦ୍ଧି। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବାସହ ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ରହିବ ।

କୁମ୍ଭ: ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସହଯୋଗ ପ୍ରାପ୍ତି। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବାସହ ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ମିଳିବ। କେତେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ।

ମୀନ: ନିଜର ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ପ୍ରୟାସ କରିପାରନ୍ତି । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଭରପୁର ପ୍ରଶଂସା ମିଳିବ । ନିଜର ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।