କେମିତି କାଟିବେ ଆଜି ଦିନଟି: ଏପ୍ରିଲ ୨୨ ତାରିଖ

ଆଜି ମଙ୍ଗଳବାର, ପୁରୀ ଶ୍ରୀମନ୍ଦିରରେ ରାମାଭିଷେକ।

ଆଜି ବୈଶାଖ ମାସର ଦ୍ୱିତୀୟ ଦିନ । ମେଷ ନବମୀ ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ଶ୍ରବଣା ନକ୍ଷତ୍ର ମକର ରାଶିରେ । ଆଜି ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଯୋଗିନୀ ପୂର୍ବରେ ଅଛନ୍ତି । ସନ୍ଧ୍ୟା ୬ଟା ୩୫ ମିନିଟ୍‌ ପରେ ଉତର ଦିଗକୁ ଚଳିବେ । ତେଣୁ ଯୋଗିନୀଙ୍କୁ ବାମପାଶ୍ୱର୍ରେ ରଖି ଯାତ୍ରାରମ୍ଭ କରନ୍ତୁ, ଯେଉଁ ଉଦ୍ଦେଶ୍ୟ ରଖି ଯାତ୍ରା କରୁଥିବେ, ତହିଁରୁ ଲାଭ ପାଇବେ ।

ଆଜି ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଅତଏବ ମିଥୁନ, ମୀନ ଓ ମକର ରାଶିର ଜାତକ ଘରୁ ପଦାକୁ ଗୋଡ଼ କାଢ଼ିବା ପୂର୍ବରୁ ମୁଖ୍ୟ ଦ୍ୱାର ବାମ ପାଖ ଚୌକାଠରେ ମସ୍ତକ ଲଗାଇ ତୁଣ୍ଡରେ ‘ସର୍ବମଙ୍ଗଳେ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣଂ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ’ ଉଚ୍ଚାରଣ କରି ବାହାରି ଯାଆନ୍ତୁ । ଆପଣଙ୍କର ସବୁ ବାଧାବିଘ୍ନ ଦୂର ହୋଇଯିବ ।

ଏବେ ଆସନ୍ତୁ, ମେଷ ରାଶିର ସଂପର୍କରେ ଜାଣନ୍ତୁ…..
ମେଷ ରାଶିର ଲୋକମାନେ ଆଜି ସକାଳୁ ନିତ୍ୟକର୍ମ ସାରି ପ୍ରଭୁ ହନୁମାନ ଅବା ମହାଦେବଙ୍କୁ ଦର୍ଶନ କରି ଦୈନନ୍ଦିନ କାମ ଆରମ୍ଭ କରନ୍ତୁ ।
ଆଜି ମଧ୍ୟାହ୍ନ ପରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ଆଡ଼କୁ ଗତି କରିବ । ପଦୋନ୍ନତିର ଆଶା ରହିଛି । ବ୍ୟବସାୟରେ ଆଶାତୀତ ଲାଭ କରିବେ । ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ବିଦ୍ୟାର୍ଥୀମାନେ ସେମାନଙ୍କ ପରିଶ୍ରମ ମୁତାବକ ଫଳ ପାଇବେ । ତରବରିଆ ଭାବେ କୌଣସି କାମ କରନ୍ତୁନି । ମୂଲ୍ୟବାନ ସାମଗ୍ରୀ ଖରାପ ହେବାର ଆଶଙ୍କା ରହିଛି । ସାଙ୍ଗସାଥୀ ଅବା ବନ୍ଧୁବାନ୍ଧବଙ୍କ ବ୍ୟକ୍ତିଗତ କାମରେ ମୁଣ୍ଡ ପୁରାନ୍ତୁନି କି ସେମାନଙ୍କୁ ଦୋଷତ୍ରୁଟି ବାଛନ୍ତୁନି । ମାକେର୍ଟିଂ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଅଧିକ ସଫଳତା ହାସଲ କରିବେ । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସାମାନ୍ୟ ମନୋମାଳିନ୍ୟ ଉପୁଜିପାରେ । ଉଚିତ ବୁଝାମଣା କରିନିଅନ୍ତୁ ନଚେତ୍‌ ପାରିବାରିକ ଝଡ଼ ଦେଖା ଦେଇପାରେ । ସ୍ୱାସ୍ଥ୍ୟ ଦିଗରୁ ଆଜି ଦିନଟି ଠିକ୍‌ ରହିବ ।
ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ନୀଳ । ଭାଗ୍ୟଶାଳୀ ନମ୍ବର ୭ ।

ଏବେ ଆସନ୍ତୁ ବୃଷ ରାଶି ସଂପର୍କରେ ଜାଣନ୍ତୁ…..
ବୃଷରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କ ଦର୍ଶନ କରି ନିୟମିତ କାମ ଆରମ୍ଭ କରନ୍ତୁ । ସବୁ ବାଧା ଦୂର ହୋଇଯିବ । ଆଜି ଆପଣଙ୍କ ଦିନଟି ଚିରାଚରିତ ଢଙ୍ଗରେ କଟିବ । ପରିବାର ଲୋକଙ୍କ ସହଯୋଗରେ ସବୁ ସମସ୍ୟାର ସମାଧାନ କରିପାରିବେ । ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ମାନସିକ ଶାନ୍ତି ପାଇଁ କିଛି ସମୟ ଏକାନ୍ତରେ କଟାନ୍ତୁ । ଭାବପ୍ରବଣ ହୋଇ ନିଜର କ୍ଷତି କରିପାରନ୍ତି । ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜ ପାଇଁ ବିପଦକୁ ଡାକି ଆଣନ୍ତୁନି । ମନରେ ନକରାତ୍ମକ ଚିନ୍ତା ରଖନ୍ତୁନି ।
ବ୍ୟବସାୟରେ ଦୀର୍ଘଦିନରୁ ଚାଲି ଆସୁଥିବା ବିପରୀତ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବ । ଚାକିରି କରୁଥିଲେ, ପଦୋନ୍ନତି ପାଇଁ ବାଟ ଫିଟିଯିବ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇଁ ସରକାରୀ ସ୍ତରରେ ଅଟକିଥିବା କାମକୁ ଆଗେଇ ନେବେ ।
ବୈବାହିକ ଜୀବନ ଆରାମରେ ବିତିବ । ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନବୋଧ ରହିବା ଦରକାର । ସ୍ୱାସ୍ଥ୍ୟ ଠିକ ରହିବ । ମାତ୍ର ଖାଦ୍ୟପେୟରେ ବ୍ୟତିକ୍ରମ କାରଣରୁ ବଦହଜମିର ଶିକାର ହୋଇପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଗୋଲାପୀ । ଭାଗ୍ୟଶାଳୀ ନମ୍ବର ୬ ।

ଏବେ ଆସନ୍ତୁ ମିଥୁନ ରାଶି ସଂପର୍କରେ ଜାଣନ୍ତୁ…..
ମିଥୁନ ରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ଦେବ ଦେବ ମହାଦେବଙ୍କ ଆଶୀର୍ବାଦ ନିଅନ୍ତୁ । ସବୁ ଅଶୁଭ ଦୃଷ୍ଟି ଦୂର ହୋଇଯିବ । ବ୍ୟସ୍ତମୟ ଜୀବନ ଭିତରୁ କିଛି ସମୟ ବାହାର କରି ପରିବାର ଗହଣରେ ରୁହନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ନୂତନ କର୍ମରେ ଯୋଗଦାନ କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ସମୟ ଅନୁକୂଳ ରହିଛି । ଘରକୁ ନୂତନ ସାମଗ୍ରୀ ଆଣିପାରନ୍ତି । ଘର ସାଜସଜ୍ଜାରେ କିଛି ବଦଳାଇ ପାରନ୍ତି । ଆଳସ୍ୟ କାରଣରୁ କିଛି କାମ ଅଟକି ରହି ଯାଇପାରେ । ଜମିବାଡ଼ିକୁ କେନ୍ଦ୍ର କରି ଭାଇମାନଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇପାରେ । ଚାକିରି କରୁଥିବା ଲୋକଙ୍କ କ୍ଷେତ୍ରରେ ଅନ୍ୟତ୍ର ବଦଳି ଲାଭଦାୟକ ରହିବ । ମହିଳାଙ୍କ ସହିତ କଥା ହେବା ସମୟରେ ସଂଯମତା ରକ୍ଷା କରନ୍ତୁ । ନଚେତ୍‌ ବୈବାହିକ ଜୀବନରେ ଝଡ଼ ଆସିପାରେ । ବଦହଜମିର ଶିକାର ହୋଇପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଧଳା । ଭାଗ୍ୟଶାଳୀ ନମ୍ବର ୩ ।

ଏବେ ଆସନ୍ତୁ କର୍କଟ ରାଶି ସଂପର୍କରେ ଜାଣନ୍ତୁ…..
କର୍କଟ ରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କ ଦର୍ଶନ କରିବା ଉଚିତ । ଆଜି ଅଭିଜ୍ଞତା ହାସଲ କରିଥିବା କାମ ଆରମ୍ଭ କରନ୍ତୁ ନଚେତ୍‌ ଆର୍ଥିକ କ୍ଷତିରେ ପଡ଼ିପାରନ୍ତି । ତରବରିଆ ଭାବେ କୌଣସି କାମ ଆରମ୍ଭ କରନ୍ତୁନି । ଧନାଗମ ପାଇଁ ବାଟ ଖୋଲିଯିବ । ପାରିବାରିକ ଶାନ୍ତି କ୍ଷେତ୍ରରେ ଗୁରୁଜନଙ୍କ ଆଶୀର୍ବାଦ ମହୌଷଧି ଭଳି କାମ କରିବ । ତରବରିଆ ନିଷ୍ପତି ଆପଣଙ୍କ ମାନସିକ ଓ ଆର୍ଥିକ କ୍ଷତିରେ ପକାଇବ । ବାହାର ଲୋକଙ୍କ କଥାକୁ ଅଧିକ ଗୁରୁତ୍ୱ ଦିଅନ୍ତୁନି । ଟଙ୍କା ଉଧାର ଦେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ । ଶିଳ୍ପପତିମାନେ ଉତ୍ପାଦିତ ଦ୍ରବ୍ୟର ଗୁଣାତ୍ମକ ମାନ ପ୍ରତି ଅଧିକ ଦୃଷ୍ଟି ଦିଅନ୍ତୁ । ଚାକିରି କରୁଥିବା ଲୋକମାନେ ସହକର୍ମୀଙ୍କ ସହିତ ଉଚିତ ବୁଝାମଣା ରକ୍ଷା କରନ୍ତୁ । ପାରିବାରିକ ମାହୋଲ ହସଖୁସି ଭରା ରହିବ । ଶାରିରୀକ ଓ ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି । ରକ୍ତଚାପର ଶିକାର ହୋଇପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଆକାଶୀ ନୀଳ । ଭାଗ୍ୟଶାଳୀ ନମ୍ବର ୭।

ଏବେ ଆସନ୍ତୁ ସିଂହ ରାଶି ସଂପର୍କରେ ଜାଣନ୍ତୁ…..
ସିଂହ ରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରନ୍ତୁ । ସବୁ ବାଧା ଦୂର ହୋଇଯିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜଭୁତ ରହିବ । ପୈତୃକ ସଂପତି ପାଇବା ପାଇଁ ବାଟ ଫିଟିଯିବ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ପ୍ରତିକୂଳ ପରିସ୍ଥିତିରୁ ମୁକୁଳି ଯିବେ । ଆପଣଙ୍କର ସାମାଜିକ ପତିଆରାକୁ ଆଧାର କରି କେହି ଘନିଷ୍ଠ ସଂପର୍କୀୟ ବିରାଟ କାମ ହାସଲ କରିପାରନ୍ତି । କୌଣସି ସାମଗ୍ରୀ କିଣିବା ପୂର୍ବରୁ ସେଗୁଡ଼ିକର ଗୁଣାତ୍ମକ ମାନ ପରଖି ନିଅନ୍ତୁ । ଆଇନ ବିରୋଧୀ କାମରେ ଲିପ୍ତ ରୁହନ୍ତୁନି । ବଦନାମ ହୋଇପାରନ୍ତି । ଜୋରିମାନା ଗଣିପାରନ୍ତି । ଚାକିରି କରୁଥିବା ଲୋକମାନେ ଅଫିସରେ ଶାନ୍ତି ବଜାୟ ରଖନ୍ତୁ ।
ଦାମ୍ପତ୍ୟ ଜୀବନରେ ଅହଂକାରକୁ ଦୂରେଇ ରଖନ୍ତୁ । ଅଧିକ ଶାରିରୀକ ପରିଶ୍ରମ କାରଣରୁ ହାଲିଆ ଅନୁଭବ କରିପାରନ୍ତି । କାହା ଉପରେ ବିରକ୍ତି ଭାବ ପ୍ରକାଶ କରନ୍ତୁନି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଲାଲ । ଭାଗ୍ୟଶାଳୀ ନମ୍ବର ୯ ।

ଏବେ ଆସନ୍ତୁ, କନ୍ୟା ରାଶି ସଂପର୍କରେ ଜାଣନ୍ତୁ…..
କନ୍ୟା ରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରନ୍ତୁ । ସବୁ ବାଧା ଦୂର ହୋଇଯିବ । ଅଟକିଥିବା କାମ ଆଗକୁ ଗଡ଼ିବ । ପାରିବାରିକ ସମସ୍ୟାକୁ ଆପୋଷ ଆଲୋଚନା ଜରିଆରେ ସମାଧାନ କରନ୍ତୁ । ପାରିବାରିକ ଓ ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଜାୟ ରହିବ । ପ୍ରତିକୂଳ ପରିସ୍ଥିତିରେ ରହିଥିବା କାମକୁ ସଫଳତାର ସହିତ ହାସଲ କରିବେ । ଆର୍ଥିକ ଦେଣନେଣ କ୍ଷେତ୍ରରେ ବୁଝିବିଚାରି ନିଷ୍ପତି ନିଅନ୍ତୁ । ନିକଟ ସଂପର୍କୀୟ ଆପଣଙ୍କୁ ଅଡୁଆରେ ପକାଇ ପାରନ୍ତି । ବ୍ୟବସାୟ କରୁଥିବା ଲୋକମାନେ କର୍ମଚାରୀଙ୍କ ଉପରେ ଅଧିକ ଭରସା କରନ୍ତୁନି । ଚାକିରି କରୁଥିବା ଲୋକମାନେ ମନମୁତାବକ କାମ କରି ପାରିବେନି । ସ୍ୱାମୀ-ସ୍ତ୍ରୀ, ପ୍ରେମିକା-ପ୍ରେମିକ ପରସ୍ପର ପ୍ରତି ବିଶ୍ୱାସ ବଜାୟ ରଖନ୍ତୁ । କର୍ମକ୍ଷେତ୍ରରେ ଅଧିକ ଚାପଗ୍ରସ୍ତ କାରଣରୁ ମନରେ ବିରକ୍ତି ଭାବ ସୃଷ୍ଟି ହୋଇପାରେ । ମାତ୍ର ତାର ପ୍ରଭାବ ଯେପରି ପରିବାର ଉପରେ ନପଡେ଼, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ବାଇଗଣୀ । ଭାଗ୍ୟଶାଳୀ ନମ୍ବର ୭ ।

ଏବେ ଆସନ୍ତୁ ତୁଳା ରାଶି ସଂପର୍କରେ ଜାଣନ୍ତୁ…..
ତୁଳା ରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ଦେବ ଦେବ ମହାଦେବଙ୍କ ଦର୍ଶନ କରନ୍ତୁ । ଅଭିଜ୍ଞ ଲୋକଙ୍କ ସହଯୋଗ ପାଇ ବ୍ୟବସାୟିକ ସମସ୍ୟାକୁ ଦୂର କରିପାରିବେ । ବିଦ୍ୟାର୍ଥୀଙ୍କୁ ମନମୁତାବକ କଲେଜ ଅବା ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ମିଳିବ । ପରିବାରରେ ସହଜ ମଣୁଥିବା କାମଟି କ୍ରମେ ଜଟିଳ ଆଡକୁ ଗତି କରିପାରେ । ମନରେ ଦୃଢ଼ ଆତ୍ମବିଶ୍ୱାସ ରଖି ତା’ର ମୁକାବିଲା କରନ୍ତୁ, ଜିତିବେ ନିଶ୍ଚିତ । ଆୟକୁ ଦେଖି କରଜ କରନ୍ତୁ । ବ୍ୟବସାୟରେ ଟଙ୍କା ବିନିଯୋଗ କରି ଅଧିକ ଲାଭ ପାଇବେ । କିନ୍ତୁ ଜମିବାଡ଼ି କିଣିବା ପୂର୍ବରୁ ଭଲ କରି ନଥିପତ୍ର ଯାଂଚ କରନ୍ତୁ । ଚାକିରି କରୁଥିବା ଲୋକମାନେ ଅଫିସ କାମକୁ ଘରକୁ ନଆଣିଲେ ଭଲ ।
ପାରିବାରିକ ଦାୟିତ୍ୱକୁ ଠିକ ଭାବରେ ତୁଲାଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଖାଦ୍ୟପେୟ ପ୍ରତି ଦୃଷ୍ଟି ଦିଅନ୍ତୁ ।
ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ବାଦାମୀ । ଭାଗ୍ୟଶାଳୀ ନମ୍ବର ୧ ।

ଏବେ ଆସନ୍ତୁ, ବିଛା ରାଶି ସଂପର୍କରେ ଜାଣନ୍ତୁ…..
ବିଛା ରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ସଂକଟମୋଚନ ହନୁମାନ ଅବା ଦେବ ଦେବ ମହାଦେବଙ୍କ ଦର୍ଶନ କରନ୍ତୁ । ସବୁ ବାଧା ଦୂର ହୋଇଯିବ । ଆଜି ଆପଣଙ୍କ ଆତ୍ମବିଶ୍ୱାସ ପ୍ରଚଣ୍ଡ ରହିବ । ଅଡୁଆ କାମକୁ ଦକ୍ଷତାର ସହିତ ସଜାଡ଼ି ଦେବେ । ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ପାରିବାରିକ ମାହୋଲ ହସଖୁସି ଭରା ରହିବ । ଘନିଷ୍ଠ ବନ୍ଧୁ ଓ ସଂପର୍କୀୟଙ୍କ ପରାମର୍ଶକୁ ଗ୍ରହଣ କରିପାରନ୍ତି । କ୍ରୋଧ ଓ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । କୌଣସି ଖରାପ ସମ୍ବାଦ ଆପଣଙ୍କ ମନକୁ ବିଚଳିତ କରିପାରେ । ପ୍ରଭାବଶାଳୀ ଲୋକଙ୍କ ସହଯୋଗ ପାଇ ଅଟକିଥିବା କାମଟିକୁ ଆଗେଇ ନେବେ । ଅଧିକରୁ ଅଧିକ ଲୋକଙ୍କ ସହିତ ମିଳାମିଶା କରନ୍ତୁ । ସାମାଜିକ ସଂପର୍କ ଦୃଢ଼ ରହିବ । ଅଂଶୀଦାର ବ୍ୟବସାୟ କରୁଥିଲେ ପାର୍ଟନରଙ୍କ ସହିତ ଭଲ ବୁଝାମଣା ରଖନ୍ତୁ । ପତି-ପତ୍ନୀଙ୍କ ଭିତରେ ବୁଝାମଣା ଠିକ ରହିବ । ପ୍ରେମିକ ପ୍ରେମିକାଙ୍କ ଭିତରେ ଅବିଶ୍ୱାସକୁ ପ୍ରଶ୍ରୟ ଦିଅନ୍ତୁନି । ପରକିୟା ପ୍ରୀତି ଆଡକୁ ମନ ବଳାନ୍ତୁନି ନଚେତ୍‌ ସାମାଜିକ ସ୍ତରରେ ବଦନାମ ମୁଣ୍ଡାଇବେ । ଲୋକହସା ହୋଇପାରନ୍ତି । ମୁଣ୍ଡବଥା ହୋଇପାରେ । ପେଟ ପୁରାଇ ଭୋଜନ କରନ୍ତୁନି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ନାରଙ୍ଗୀ । ଭାଗ୍ୟଶାଳୀ ନମ୍ବର ୨ ।

ଏବେ ଆସନ୍ତୁ, ଧନୁରାଶି ସଂପର୍କରେ ଜାଣନ୍ତୁ…..
ଧନୁରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ପ୍ରଭୁ ଲକ୍ଷ୍ମୀ ନାରାୟଣ ଅବା ପ୍ରଭୁ ସୀତାରାମଙ୍କୁ ଦର୍ଶନ କରନ୍ତୁ । ସବୁ ବାଧା ଦୂର ହୋଇଯିବ । ଆଜି ଧନୁରାଶିର ଲୋକଙ୍କ ମନରେ ଅଭୂତପୂର୍ବ ଉତ୍ସାହ ବୃଦ୍ଧି ପାଇବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅଚିରେ ହାସଲ କରିବେ । ଅଧିକ ଦିନ ଧରି ଅଟକି ରହିଥିବା ଅର୍ଥ ଫେରି ପାଇପାରନ୍ତି । ଗଭୀର ଆତ୍ମବିଶ୍ୱାସ ବଳରେ ଆପଣ ଯେକୌଣସି ଜଟିଳ କାମକୁ ସହଜରେ ସଂପୂର୍ଣ୍ଣ କରିବେ । ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବସାୟ କରୁଥିଲେ ଅଧିକ ଲାଭବାନ ରହିବେ । ମାତ୍ର ନୂତନ ବ୍ୟବସାୟ ଆରମ୍ଭ କରନ୍ତୁନି । ସମୟ ପ୍ରତିକୂଳ ରହିବ । ଚାକିରି କରୁଥିବା ଲୋକଙ୍କର ଦରମା ବୃଦ୍ଧି ପାଇପାରେ ଅବା ପଦୋନ୍ନତି ପାଇ ପାରନ୍ତି । ପତି-ପତ୍ନୀ ଅବା ପ୍ରେମିକ ପ୍ରେମିକା ମିଳିମିଶି କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପୁରାତନ ବନ୍ଧୁଙ୍କ ସହିତ ଭେଟ ହୋଇପାରେ । ଗଳାରେ ସଂକ୍ରମଣ ଅବା ଥଣ୍ଡା କାଶ ଜନିତ ଯନ୍ତ୍ରଣା ପାଇପାରନ୍ତି । ଆଜି ଆପଣଙ୍କ ପାଇଁ ଭାଗ୍ୟଶାଳୀ ରଙ୍ଗ ହେଉଛି ହଳଦିଆ । ଭାଗ୍ୟଶାଳୀ ନମ୍ବର ୫ ।

ଏବେ ଆସନ୍ତୁ ମକର ରାଶି ସଂପର୍କରେ ଜାଣନ୍ତୁ…..
ମକର ରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ଦେବ ଦେବ ମହାଦେବ ଅବା ଗ୍ରହରାଜ ଶନି ଅବା ପ୍ରଭୁ ହନୁମାନଙ୍କୁ ଦର୍ଶନ କରନ୍ତୁ । ସବୁ ବାଧା ଦୂର ହୋଇଯିବ । ଆଜି ଆପଣ ଜମିବାଡ଼ି ଆଧାରିତ କାମରୁ ଯଥେଷ୍ଟ ଫାଇଦା ଉଠାଇ ପାରନ୍ତି । କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ପ୍ରଭାବଶାଳୀ ଲୋକଙ୍କ ସହାୟତାରେ ନୂଆ କାମ ଆରମ୍ଭ କରିପାରନ୍ତି । ବିରୋଧୀଙ୍କ କାର୍ଯ୍ୟକଳାପକୁ ଗୌଣ ମନେ କରନ୍ତୁନି । ଏବେ ଆପଣ ଜଟିଳ ସମୟ ଦେଇ ଗତି କରୁଛନ୍ତି । ହାତେ ମାପି ଚାଖଣ୍ଡକରେ ଚାଲନ୍ତୁ । ବ୍ୟବସାୟରେ ସୁଧାର ହେବ । ମୋଟା ଅଙ୍କର କାମ ପାଇପାରନ୍ତି । କର୍ମକୁଶଳତା ଅନୁସାରେ ଅଧିକ ଦାୟିତ୍ୱ ମୁଣ୍ଡାଇ ପାରିଲେ ଲାଭରେ ରହିବେ । ଚାକିରି କରୁଥିବା ଲୋକମାନେ ସହକର୍ମୀଙ୍କ ସହିତ ଯୁକ୍ତିତର୍କ କରିପାରନ୍ତି । ପାରିବାରିକ ସୁଖଶାନ୍ତି ବଜାୟ ରଖି ସନ୍ତୋଷ ଅନୁଭବ କରିବେ । ବିବାହ ଯୋଗ୍ୟ ପୁଅଝିଅଙ୍କ ପାଇଁ ବୈବାହିକ ପ୍ରସ୍ତାବ ଆସିପାରେ । ବିପଦପୂର୍ଣ୍ଣ କାମକୁ ହାତକୁ ନିଅନ୍ତୁନି । ଶାରିରୀକ ଆଘାତ ପାଇପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ହେଉଛି ସବୁଜ । ଭାଗ୍ୟଶାଳୀ ନମ୍ବର ୬ ।

ଏବେ ଆସନ୍ତୁ କୁମ୍ଭ ରାଶି ସଂପର୍କରେ ଜାଣନ୍ତୁ…..
କୁମ୍ଭ ରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ଦେବ ଦେବ ମହାଦେବ ଅବା ଗ୍ରହରାଜ ଶନି ଅବା ପ୍ରଭୁ ହନୁମାନଙ୍କ ଦର୍ଶନ କରିବା ଉଚିତ । ଆଜି ଆପଣ ନିୟମିତ କାମରେ କିଛି ବଦଳାଇଲେ ଲାଭରେ ରହିବେ । ପଡେ଼ାଶୀଙ୍କୁ ସାହାଯ୍ୟ କରି ଆନନ୍ଦିତ ହେବେ । ଆର୍ଥିକ ଦିଗରୁ ଦିନଟି ଭଲ । ଜଟିଳ ସମସ୍ୟାର ସମ୍ମୁଖୀନ ହୋଇ ଧୈର୍ଯ୍ୟ ହରାନ୍ତୁ ନାହିଁ, ଗଭୀର ଆତ୍ମବିଶ୍ୱାସ ରଖି ତା’ର ମୁକାବିଲା କରନ୍ତୁ, ସଫଳ ହେବେ । ମନେରଖନ୍ତୁ, ବାହାର ଲୋକଙ୍କ ପରାମର୍ଶକୁ ମାନିଲେ ବିପଦରେ ପଡ଼ିବେ । ଆଚରଣ ଓ ଉଚ୍ଚାରଣ ଉପରେ ନିୟନ୍ତ୍ରଣ ରଖନ୍ତୁ । କାମ କରିବାର କୌଶଳ ବଦଳାନ୍ତୁ । ଚାକିରି କରୁଥିବା ଲୋକମାନେ ଉପରିସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟି ପାଇ ଲାଭରେ ରହିବେ । ପରିବାର ଲୋକମାନେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବେ । ସାଙ୍ଗସାଥୀଙ୍କ ସହିତ ମିଶି କୌଣସି କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି ।
ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କରିପାରିଲେ ଶାରିରୀକ କଷ୍ଟରୁ ତ୍ରାହି ପାଇବେ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ କମଳା । ଭାଗ୍ୟଶାଳୀ ନମ୍ବର ୩ ।

ମୀନ ରାଶି ସଂପର୍କରେ ଜାଣନ୍ତୁ….
ମୀନରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ପ୍ରଭୁ ଲକ୍ଷ୍ମୀ ନାରାୟଣ ଅବା ପ୍ରଭୁ ସୀତାରାମଙ୍କ ଦର୍ଶନ କରିବା ଉଚିତ । ଖୁସି ଖବର ପାଇପାରନ୍ତି । ପୁରୁଣା ବନ୍ଧୁ ଫୋନ୍‌ କରି କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ଦେଇପାରନ୍ତି । ଅଟକି ରହିଥିବା କାମ ଆଗକୁ ଗଡ଼ିବ । ଜଟିଳ ପରିସ୍ଥିତିକୁ ଦୃଢ଼ତାର ସହିତ ମୁକାବିଲା କରି ସଫଳତା ପାଇବେ । ଜମିବାଡ଼ି ବିବାଦର ସମାଧାନ ପାଇଁ ତୃତୀୟ ପକ୍ଷର ସହାୟତା ନେଇପାରନ୍ତି । କୌଣସି କାମକୁ ମାମୁଲି ମଣି ହାତଛଡ଼ା କଲେ କ୍ଷତିରେ ପଡ଼ିବେ । ଜମିବାଡ଼ି ବିକାକିଣା ବ୍ୟବସାୟରେ ସତର୍କତା ଅବଲମ୍ବନ କରନ୍ତୁ । ବିଦେଶୀ ସଂସ୍ଥା ସହିତ ବ୍ୟବସାୟିକ ସଂପର୍କ ସ୍ଥାପନ କରିପାରିଲେ ଲାଭରେ ରହିବେ ।
ବୈବାହିକ ଜୀବନରେ ଅବିଶ୍ୱାସକୁ ପ୍ରଶ୍ରୟ ଦିଅନ୍ତୁନି । ପ୍ରେମ ମାମଲାରେ ମାପିଚୁପି ପାଦ ପକାନ୍ତୁ । ମାନସିକ ଚାପର ଶିକାର ହୋଇପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଧଳା । ଭାଗ୍ୟଶାଳୀ ନମ୍ବର ୨ ।

ଦର୍ଶକ ବନ୍ଧୁ, ଆପଣମାନଙ୍କ ଭିତରୁ କେହି ବ୍ୟବସାୟରେ କ୍ଷତି ସହୁଥିଲେ, କେହି ମନଲାଖି ପ୍ରେମିକ ଅବା ପ୍ରେମିକା ପାଇବାକୁ ଚାହୁଁଥିଲେ, କେହି ପାଠରେ ଭଲ ନମ୍ବର ରଖିବାକୁ ଚାହୁଁଥିଲେ, ଆମ ଚ୍ୟାନେଲକୁ ସବ୍‌ ସ୍କ୍ରାଇଭ କରନ୍ତୁ । କମେଂଟ ବକ୍ସକୁ ଯାଇ ଆପଣଙ୍କ ନାମ ଓ ମୋବାଇଲ ନମ୍ବର ଲେଖନ୍ତୁ । ଆପଣଙ୍କ ସମସ୍ୟା ଲେଖନ୍ତୁ । ଆମ ଜ୍ୟୋତିଷ ଆପଣଙ୍କୁ କଲ୍‌ କରି ସମାଧାନର ବାଟ ବତାଇବେ ।

ଆପଣଙ୍କର ସୁଖୀ ଓ ନିରାମୟ ଜୀବନ କାମନା ।