ପଣସ ଏବଂ ଏହାର ମଞ୍ଜିରେ ଭରି ରହିଛି ଭିଟାମିନ୍

ବହୁତ ଲୋକଙ୍କୁ ପାଚିଲା ପଣସ ଖାଇବାପାଇଁ ଭଲ ଲାଗେ। କିଛି ଲୋକ ରୋଷେଇ ସମୟରେ ପଣସର ମଞ୍ଜିକୁ ଫିଙ୍ଗି ଦିଅନ୍ତି କିମ୍ବା ଫଳରୁ ଅଲଗା କରନ୍ତି, କିନ୍ତୁ ଏଗୁଡ଼ିକ ପୁଷ୍ଟିକର ପଦାର୍ଥରେ ଭରପୂର ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ଅନେକ ଉପାୟରେ ଲାଭ ଦେଇପାରେ। ଏଥିରୁ ଚଟଣି ଏବଂ କ୍ରିସ୍ପି ଜଳଖିଆ ମଧ୍ୟ ବନାଇପାରିବେ। ଆପଣ ଚିପ୍ସ ତିଆରି କରିପାରିବେ।ପଣସ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ପଣସ ମଞ୍ଜି କୋଲେଷ୍ଟ୍ରଲ୍, ଟ୍ରାଇଗ୍ଲିସେରାଇଡ୍ ଏବଂ କମ୍ ଘନତା ଲିପୋପ୍ରୋଟିନ୍ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଏଥିରେ ଭିଟାମିନ୍ ସି ମଧ୍ୟ ଥାଏ, ଯାହା ଚର୍ମ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।