ଲବଙ୍ଗର ଲାଭଦାୟକ ଗୁଣ ଜାଣନ୍ତୁ…

ଲବଙ୍ଗରେ ଆଇରନ୍‌, କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍, ଫସ୍‌ଫରସ୍, ପୋଟାସିୟମ୍, ସୋଡିୟମ୍, ହାଇଡ୍ରୋଲିକ୍ ଏସିଡ୍, ମାଙ୍ଗାନିଜ୍ ଓ ଭିଟାମିନ୍ ଏ ଭଳି ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଖାଦ୍ୟର ସ୍ୱାଦ ବଢାଇବା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ।

ଲବଙ୍ଗ ଆୟୁର୍ବେଦରେ ଏକ ଔଷଧ ଭାବରେ ବ୍ୟବହୃତ ହୁଏ। ଦାନ୍ତ ଯନ୍ତ୍ରଣା ପାଇଁ ଲବଙ୍ଗ ବିଶେଷ ଭାବରେ ବ୍ୟବହୃତ ହୁଏ, କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ପାଇଁ ଲବଙ୍ଗ ମଧ୍ୟ ଲାଭଦାୟକ ଅଟେ।

ଲବଙ୍ଗରେ ଫାଇବର ଥାଏ, ଯାହା ଅନ୍ତ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଲବଙ୍ଗରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ରାତିରେ ଲବଙ୍ଗ ଖାଇବା ଦ୍ୱାରା ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ସିଧାସଳଖ ଲାଭ ହୋଇଥାଏ।