ଲେମ୍ବୁ ପାଣି ପିଇବାର ଫାଇଦା ଜାଣନ୍ତୁ…

ଲେମ୍ବୁ ପାଣି ଔଷଧିୟ ଗୁଣରେ ଭରପୁର ହୋଇଥାଏ । ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରର ଓଜନ ହ୍ରାସ ପାଇବା ସହିତ ତ୍ୱଚା ଆକର୍ଷଣୀୟ ଦେଖା ଯାଇଥାଏ ।

ସକାଳୁ ସକାଳୁ ଲେମ୍ବୁ ପାଣି ପିଇବାଦ୍ୱାରା ପାଚନ କ୍ରିୟା ନିୟନ୍ତ୍ରିତ ରହିଥାଏ ଏବଂ ପେଟ ଜନିତ କୌଣସି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାବ୍ୟତୀତ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରରେ ହେଉଁଥିବା ଯନ୍ତ୍ରଣା ଦୂର ହୋଇଥାଏ ।

ଏହାସହିତ ଲେମ୍ବୁ ପାଣି ପିଇବାଦ୍ୱାରା ମଧ୍ୟ ଶରୀରରେ ରକ୍ତଶୋଧକ ଏବଂ ବଳବର୍ଦ୍ଧକ ହୋଇଥାଏ । ଲେମ୍ବୁ ପାଣିରେ ସାଧାରଣତଃ ଭିଟାମିନ୍ ବି, କ୍ୟାଲସିୟମ, କାର୍ବୋନିୟମ, ମାଗ୍ନେସିୟମ, କାର୍ବୋହାଇଡ୍ରେଟ୍ ମିଳିଥାଏ ।