ମଣିପୁର ଯିବ ଇଣ୍ଡିଆ, ପୀଡ଼ିତଙ୍କୁ ଭେଟିବ, ରକ୍ତପାତ ଇଲାକା ବୁଲିବ

ନବଗଠିତ ମେଂଟ ‘ଇଣ୍ଡିଆ’ର ୨୦ ଜଣ ଟାଣୁଆ ନେତା ମଣିପୁର ଯାଇ ହିଂସାପ୍ରବଣ ଇଲାକା ବୁଲି ବାସହରା ପରିବାର ଓ ପୀଡ଼ିତ ଲୋକଙ୍କ ଦୁଃଖମୋଚନ କରିବେ ବୋଲି ସୂଚନା ମିଳିଛି । ଗତ ମେ’ ୩ ତାରିଖରୁ ମଣିପୁରରେ ହିଂସାକାଣ୍ଡର ସୂତ୍ରପାତ ଆରମ୍ଭ ହୋଇଛି । କୁକି ଓ ମୈତେୟୀ ରକ୍ତପାତରେ ପ୍ରାୟ ୧୫୦ ମୁଣ୍ଡ ଗଡ଼ି ସାରିଲାଣି । ହଜାର ହଜାର ପରିବାର ବାସ ଓ ବେଉସା ହରାଇ ସାରିଲେଣି । ‘କୁମ୍ଭୀର ଯାଇ ମଝିନଈରେ, କଣା କହୁଛି ମେଘ ଦୁଲୁକୁଛି’ ନୀତିରେ ମଣିପୁଣ ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବିଦେଶ ବୁଲା ଚାଲିଥିଲା ।

ଅ।ଜିି ନହେଲେ କାଲି ମଣିପୁରରେ ଶାନ୍ତି ଫେରିିପାରିବ; କିିନ୍ତୁ ଥରେ ଆମେରିକା ରାଷ୍ଟ୍ରପତିି ହୁଡ଼ିଗଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବେନି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସାନ୍ନିଧ୍ୟ ମିଳିବନି । ମଣିପୁରକୁ ଶାନ୍ତ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କୌଣସି ଅଙ୍କ କାମ କଲାନି । ଏବେ ବିରୋଧୀଙ୍କ ଲୋସନ ଲଗାଇବା ପାଳି । କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ’ର ଗୋଟିଏ କମିଟି ଜୁଲାଇ ୨୯ ଓ ୩୦ ତାରିଖ ଦୁଇଦିନ ପାଇଁ ମଣିପୁରକୁ ଯିବ ।

ଆଜି ଲୋକସଭାକୁ କଂଗ୍ରେସ ସାଂସଦ ମନିକମ୍‌ ଟାଗୋର ଜଣାଇଛନ୍ତି, ବିରୋଧୀ ମେଂଟର ୨୦ ଜଣିଆ ସାଂସଦ କମିଟି ମଣିପୁର ଯାଇ ସେଠାକାର ପରିସ୍ଥିତିକୁ ଅନୁଧ୍ୟାନ କରିବ । ପ୍ରତିନିଧି ଦଳ ପ୍ରଥମେ ପାହାଡିଆ ଇଲାକା ବୁଲିବ । ତା’ପରେ ଘାଟି ଇଲାକା ବୁଲିବ । ଉଭୟ ପକ୍ଷର ଆଶ୍ରୟ ଶିବିର ବୁଲି ପୀଡ଼ିତଙ୍କ ମୁହଁରୁ ଅଙ୍ଗେନିଭା କଥା ଶୁଣିବ ।