ଡାଳିମ୍ବ ଚୋପାର ଫାଇଦା ଜାଣନ୍ତୁ…

ପୋଷକ ତତ୍ତ୍ୱରେ ଭରପୁର ଡାଳିମ୍ବର ଉପକାରିତା ସଂପର୍କରେ ଆମ ସମସ୍ତଙ୍କୁ ତ ଜଣା ହେଲେ, ଆପଣ କ’ଣ ତା’ର ଚୋପାର ଫାଇଦା ବିଷୟରେ ଜାଣନ୍ତି ? ଯଦି ଜାଣିବେ , ତେବେ କେବେ ବି ତାର ଚୋପାକୁୁ ଫିଙ୍ଗିବେ ନାହିଁ । ଡାଳିମ୍ବ ଚୋପାରେ ଫଳ ଠାରୁ ମଧ୍ୟ ଅଧିକ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟସ ରହିଛି । ଏହି ହୃଦ୍‌ଜନିତ ରୋଗ ଓ କର୍କଟ ରୋଗରୁ ମୁକ୍ତି ଦେଇପାରେ ବୋଲି କୁହାଯାଏ ।

ଡାଳିମ୍ବ ଚୋପାରେ ଯେତିକି ଭିଟାମିନ୍‌ ଅଛି ସମାନ ପରିମାଣରେ ଭିଟାମିନ୍‌ ଏହାର ଦାନାରେ ରହିଛି । ଏଣୁ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡ଼ି ସେଥିରେ ଚା’ ତିଆରି କରି ପିଅନ୍ତୁ । ଏଥିରୁ ଲାଭ ମିଳିବ । ଡାଳିମ୍ବ ଚୋପା ସୂର୍ଯ୍ୟ-ଅତି ବାଇଗଣୀ ରଶ୍ମି ଏଜେଣ୍ଟ ଧାରଣ କରିଥାଏ ।