ଲିପ୍‌‌ଷ୍ଟିକ୍‌‌ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ; ରାଶି ଅନୁଯାୟୀ ଚୟନ କରନ୍ତୁ ..

ମହିଳାମାନେ ସାଧାରଣତଃ ଲିପ୍‌‌ଷ୍ଟିକ୍‌‌ ଲଗାଇବାକୁ ଖୁବ ପସନ୍ଦ କରନ୍ତି। ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବା ପଛରେ ଲିପ୍‌‌ଷ୍ଟିକ୍‌‌ ସ୍ୱତନ୍ତ୍ର ଜୀବନଶୈଳୀ ବୋଲି ମଧ୍ୟ ଅନେକଙ୍କ ଧାରଣା। ଅତ୍ୟଧିକ ସୁନ୍ଦରତା ବୃଦ୍ଧି ସହ ରାଶି ଅନୁଯାୟୀ ଲିପ୍‌‌ଷ୍ଟିକ୍‌‌ ଲଗାଇବା ଦ୍ୱାରା ଜୀବନରେ ସକରାତ୍ମକ ପ୍ରଭାବ ପଡିବା ସହ ସଫଳତା ପ୍ରାପ୍ତି ହୋଇଥାଏ।

ରାଶି ଅନୁଯାୟୀ ଲିପ୍‌‌ଷ୍ଟିକ୍‌‌:
ତୁଳା ରାଶିର ମହିଳା,ଯୁବତୀ ହାଲକା ରଙ୍ଗର ଲିପ୍‌‌ଷ୍ଟିକ୍‌‌ ବ୍ୟବହାର କରନ୍ତୁ। କ୍ରିମ,ହାଲକା ମାଟିଆ ଆଦି ରଙ୍ଗର ଲିପଷ୍ଟିକ୍‌‌ ବ୍ୟବହାର କରନ୍ତୁ।

ବିଛା ରାଶିର ଯୁବତୀ ଓ ମହିଳା ଲାଲ ରଙ୍ଗ, ମେରୁନ ଆଦି ସାମାନ୍ୟ ଗାଢ ରଙ୍ଗର ଲିପ୍‌‌ଷ୍ଟିକ୍‌‌ ବ୍ୟବହାର କରନ୍ତୁ।

ଧନୁ ରାଶିର ଯୁବତୀ ଓ ମହିଳା ହାଲକା ଗୋଲାପି କିମ୍ବା ଅନ୍ୟ ହାଲକା ରଙ୍ଗର ଲିପ୍‌‌ଷ୍ଟିକ୍‌‌ ବ୍ୟବହାର କରନ୍ତୁ। ଏହାଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି ସହ ସଫଳତା ମିଳିଥାଏ।

ମକର ରାଶିର ଯୁବତୀ ଓ ମହିଳା ହାଲକା ବାଇଗଣୀ, ହାଲକା ମେରୁନ ରଙ୍ଗର ଲିପ୍‌‌ଷ୍ଟିକ୍‌‌ ଲଗାଇବା ଶୁଭଙ୍କର। ମାତ୍ର କମଳା,ହାଲକା ମାଟିଆ, କ୍ରିମ ରଙ୍ଗର ଲିପଷ୍ଟିକ୍‌‌ ଖୁବ କମ୍‌‌ ବ୍ୟବହାର କରନ୍ତୁ।

କୁମ୍ଭ ରାଶିର ଯୁବତୀ ଓ ମହିଳା ମାଟିଆ, ବାଇଗଣୀ ଆଦି ରଙ୍ଗର ପ୍ରୟୋଗ କରନ୍ତୁ।

ମୀନ ରାଶି- ରାଶିର ଯୁବତୀ ଓ ମହିଳା ହାଲକା ଗୋଲାପି ଆଦି ରଙ୍ଗର ଚୟନ କରନ୍ତୁ। ବାଇଗଣୀ ରଙ୍ଗ ଲିପ୍‌‌ଷ୍ଟିକ୍‌‌ର ଅଧିକ ବ୍ୟବହାର କରନ୍ତୁ ନାହିଁ।

ତେବେ ମେଷ, ବୃଷ, ମିଥୁନ, କର୍କଟ, ସି˚ହ ଓ କନ୍ୟା ରାଶିର ଯୁବତୀ ଓ ମହିଳା ସମସ୍ତ ରଙ୍ଗର ଲିପ୍‌‌ଷ୍ଟିକ୍‌‌ର ବ୍ୟବହାର କରି ପାରିବେ।

ପ୍ରତ୍ୟାଖ୍ୟାନ: ‘ଏହି ଆର୍ଟିକିଲରେ ଥିବା ସୂଚନା ବିଭିନ୍ନ ମାଧ୍ୟମ / ଜ୍ୟୋତିଷ / ବକ୍ତବ୍ୟ / ବିଶ୍ୱାସରୁ ସଂଗ୍ରହ କରିବା ପରେ ଆପଣଙ୍କ ନିକଟକୁ ଅଣାଯାଇଛି । ଆମର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା, ଏହାର ଉପଭୋକ୍ତାମାନେ ଏହାକୁ କେବଳ ସୂଚନା ଭାବରେ ଗ୍ରହଣ କରିବା ଉଚିତ୍ ।