ରେଳବାଇକୁ ଶନିଦଶା: ଫଲକନୁମା ଏକ୍ସପ୍ରେସରେ ନିଆଁ

ରେଳବାଇ ମନ୍ତ୍ରଣାଳୟଟି ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ଅଶୁଭ ପାଲଟିଛି । ଯୋଉଦିନଠାରୁ ସେ ରେଳବାଇ ମନ୍ତ୍ରୀ ହେଲେ, ସେହିଦିନଠାରୁ ମାତ୍ର କେଇମାସ ସବୁକିଛି ଠିକଠାକ୍‌ ଥିଲା । ହେଲେ ତା’ ପରଠାରୁ ଅଶ୍ୱିନୀଙ୍କ ମୁଣ୍ଡରେ ପେଚା ବସିଗଲା । ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଘଟିବାକୁ ଲାଗିଛି । ବିଶେଷ କରି ବାହାନଗା ରେଳ ଦୁର୍ଘଟଣା ପରଠାରୁ କୋଉଠି ଟ୍ରେନ ଧାରଣାରୁ ଖସିଯାଉଛି ତ କୋଉଠି ଗୋଟିଏ ଧାରଣାରେ ଦୁଇଟି ଟ୍ରେନ ଆଗପଛ ହୋଇ ଚାଲିଯାଉଛନ୍ତି । ପୁଣି କୋଉଠି ଟ୍ରେନରେ ନିଆଁ ଲାଗିଯାଉଛି।

ଶୁକ୍ରବାର ହାଓଡ଼ାରୁ ସିକନ୍ଦରାବାଦ ଅଭିମୁଖେ ଯାଉଥିବା ଫଲକନୁମା ଏକ୍ସପ୍ରେସର ତିନୋଟି ବଗିରେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁ ଦେଖିବା କ୍ଷଣି ଯାତ୍ରୀମାନେ ବଡ଼ପାଟିରେ ଚିକ୍ରାର କରିବା ସହିତ ଚେନ୍‌ ଟାଣିଥିଲେ । ଟ୍ରେନ ଅଟକିବା ଦେଖି କାଳବିଳମ୍ବ ନକରି ବାହାରକୁ ପଳାୟନ କରିଥିଲେ । ଟ୍ରେନଟି ଏକ ନିଛାଟିଆ ସ୍ଥାନରେ ରହିବାରୁ ଯାତ୍ରୀମାନେ ରେଳଧାରଣା କଡେ଼କଡେ଼ ପ୍ରାୟ ଚାରି କିଲୋମିଟର ଚାଲିଚାଲି ନିକଟତମ ଷ୍ଟେସନରେ ପହଂଚିଥିଲେ ।